Report Card Odisha

| Daily Odia News

ପାଣ୍ଡିଆନ ଆମ ନେତା ନୁହନ୍ତି……

ରିପୋର୍ଟ କାର୍ଡ / ଭୁବନେଶ୍ଵର

ବିଜେଡିର କିଛି ପରାଜିତ ଏବଂ ଅସନ୍ତୁଷ୍ଟ ନେତା ଏକାଠି ଭୋଜିଭାତ କରିବା ପରେ ସୃଷ୍ଟି ହୋଇଥିବା ଚର୍ଚ୍ଚା ଏବଂ ଦଳ ଭିତରେ ଗୋଷ୍ଠୀକନ୍ଦଳ ରହିଥିବା ନେଇ ହେଉଥିବା ଆଲୋଚନା ଥମିବାର ନାଁ ନେଉନାହିଁ। ଭି.କେ. ପାଣ୍ଡିଆନଙ୍କ ସ୍ତ୍ରୀ ସୁଜାତା ପାଣ୍ଡିଆନଙ୍କୁ ବିଜେଡି ସଭାପତି କରାଯିବା ନେଇ ଚର୍ଚ୍ଚା ଆରମ୍ଭ ହେବା ପରେ ବିଜେଡି ନେତା ସମ୍ବିତ ରାଉତରାୟ ପ୍ରଥମେ ମୁହଁ ଖୋଲିଥିଲେ। ପାଣ୍ଡିଆନ ଆମ ନେତା ନୁହନ୍ତି ବୋଲି ସମ୍ବିତ କହିଥିଲେ। ଏବେ ସମ୍ବିତଙ୍କୁ ସମର୍ଥନ କରିଛନ୍ତି ବିରୋଦୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ସେ ବି ଏକସ୍ବରରେ କହିଛନ୍ତି, ପାଣ୍ଡିଆନ ଆମ ନେତା ନୁହନ୍ତି।ପ୍ରମିଳା ସୋମବାର କହିଛନ୍ତି, ସମ୍ବିତ ଯାହା କହିଛନ୍ତି ଠିକ୍ କହିଛନ୍ତି। ପାଣ୍ଡିଆନ ଆମ ନେତା ନୁହନ୍ତି। ଆମର ଜଣେ ନେତା ନବୀନ ପଟ୍ଟନାୟକ। ଦଳରେ ଗୋଷ୍ଠୀ କନ୍ଦଳ ନାହିଁ। ସମସ୍ତେ ଠିକ୍ ଏବଂ ସଂଗଠିତ ଅଛନ୍ତି। କିଛି ନେତାଙ୍କ ଭୋଜିଭାତକୁ ଗୋଷ୍ଠୀକନ୍ଦଳ କହିବା ଠିକ୍ ନୁହେଁ। ସୂଚନାଯୋଗ୍ୟ, ନିକଟରେ ବିଜେଡିର କିଛି ପରାଜିତ ଏବଂ ଅସନ୍ତୁଷ୍ଟ ନେତା ଏକାଠି ହୋଇ ଭୋଜିଭାତ କରିଥିଲେ। ତାହାକୁ ନେଇ ଗଣମାଧ୍ୟମରେ ଅନେକ ଚର୍ଚ୍ଚା ହୋଇଥିଲା। ନେତାମାନେ ଏକାଠି ହୋଇ ଆଞ୍ଚଳିକ ଦଳ ଗଠନ ପାଇଁ ଯୋଜନା କରୁଛନ୍ତି ବୋଲି ଚର୍ଚ୍ଚା ହୋଇଥିଲା।

Breaking News