Report Card Odisha

| Daily Odia News

ମୁଁ ମୁଖ୍ୟମନ୍ତ୍ରୀ, ଆତଙ୍କବାଦୀ ନୁହେଁ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପଞ୍ଜାବରେ ଜୋରଧରିଛି ହେଲିକପ୍ଟର ରାଜନୀତି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପାଇଁ ଉଡାଣ ଲାଗି ଅନୁମତି ନ ମିଳିବାରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ରାଲିରେ ମୋତେ ଯୋଗଦେବାକୁ ଦିଆଗଲା ନାହିଁ। ଏଭଳି ଅଭିଯୋଗ ଆଣିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରନଜୀତ ସିଂ ଚନ୍ନି। ‘ଚରନଜିତ ସିଂ ଚନ୍ନି ଜଣେ ମୁଖ୍ୟମନ୍ତ୍ରୀ। ଆତଙ୍କବାଦୀ ନୁହେଁ ଯେ, ତାଙ୍କୁ ହୋଶିଆରପୁର ଉପରେ ଉଡ଼ାଣ ପାଇଁ ଅନୁମତି ଦିଆଗଲା ନାହିଁ’ ବୋଲି କହିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ । ସୋମବାର ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଉଡାଣ ପାଇଁ ଘଣ୍ଟାଏ ଅପେକ୍ଷା କରିବାକୁ ପଡ଼ିଥିଲା। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଜଲନ୍ଦର ଗସ୍ତ କାରଣରୁ ତାଙ୍କ ଉଡାଣକୁ ଅନୁମତି ମିଳି ନ ଥିଲା। ହୋଶିଆରପୁରରେ ରାହୁଲ ଗାନ୍ଧୀଙ୍କ ରାଲିରେ ଯୋଗଦେବା ପାଇଁ ଚଣ୍ଡିଗଡ଼ରୁ ଚପର ନେବାକୁ ଯାଇଥିଲେ ମୁଖ୍ୟମନ୍ତ୍ରୀ। ହେଲେ ଉଡାଣ ପାଇଁ ଅନୁମତି ନ ମିଳିବାରୁ ସେ ଘରକୁ ଫେରି ଆସିଥିଲେ। ‘ମୁଁ ୧୧ଟା ବେଳେ ଉନାରେ ଥିଲି। କିନ୍ତୁ ହଠାତ୍‌ ହୋଶିରଆରପୁରକୁ ଉଡାଣ ପାଇଁ ଅନୁମତି ବାତିଲ କରି ଦିଆଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାରଣରୁ ଏହାକୁ ନୋ-ଫ୍ଲାଏ ଜୋନ ଘୋଷଣା କରାଯାଇଥିଲା। ଏଥିଯୋଗୁ ମୁଁ ରାହୁ୍‌ଲଙ୍କ ରାଲିରେ ଯୋଗ ଦେଇ ପାରି ନ ଥିଲି’ ବୋଲି ଚନ୍ନି କହିଛନ୍ତି। ‘ମୁଖ୍ୟମନ୍ତ୍ରୀ ଏଠାକୁ ଆସିବାର କାର୍ଯ୍ୟସୂଚୀ ଥିଲା। କିନ୍ତୁ ଏହି ସରକାର ଅନୁମତି ବାତିଲ କରିବା ଲଜ୍ଜାଜନକ ଘଟଣା। ଯଦି ନିର୍ବାଚନ ଆୟୋଗ ଏହି ଘଟଣାକୁ ସଂଜ୍ଞାକୁ ନ ନିଅନ୍ତି, ତେବେ ଏହି ନିର୍ବାଚନକୁ ମୁଁ ପ୍ରହସନ ବୋଲି ବୁଝିବି’ ବୋଲି କଂଗ୍ରେସ ନେତା ସୁନୀଲ ଝାଖର କହିଛନ୍ତି।

 

Breaking News