Report Card Odisha

| Daily Odia News

ପଙ୍କଜ ଧୀରଙ୍କ ପରଲୋକ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବଲିଉଡ ଅଭିନେତା ତଥା ମହାଭାରତର ପ୍ରସିଦ୍ଧ କର୍ଣ୍ଣ ଭୂମିକାରେ ଅଭିନୟ କରିଥିବା ପଙ୍କଜ ଧୀରଙ୍କ ଆଜି ପରଲୋକ ହୋଇଛି । ବି.ଆର ଚୋପ୍ରାଙ୍କ ମହାଭାରତରେ କର୍ଣ୍ଣଙ୍କ ସ୍ମରଣୀୟ ଚରିତ୍ର ପାଇଁ ଘରେ ଘରେ ପରିଚିତ ହୋଇଥିଲେ ପଙ୍କଜ । ମିଳିଥିବା ସୂଚନା ଅନୁସାରେ ଗତ କିଛି ଦିନ ହେବ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ୬୮ବର୍ଷ ବୟସରେ ଗତକାଲି ତାଙ୍କର ହଠାତ୍‍ ଦେହାନ୍ତ ହୋଇଛି । କୁହାଯାଉଛି ଯେ ଦୀର୍ଘ ଦିନ ଧରି ସେ କର୍କଟ ରୋଗରେ ପୀଡିତ ଥିଳେ । ପଙ୍କଜଙ୍କ ମୃତ୍ୟୁ ଖବର ଶୁଣିବା ପରେ ଚଳଚ୍ଚିତ୍ର ଏବଂ ଟେଲିଭିଜନ ଜଗତରେ ଶୋକର ଛାୟା ଖେଳିଯାଇଛି ।

Breaking News