ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଖଲିସ୍ତାନୀ ସମର୍ଥକ ଅମୃତପାଲ ସିଂର ଡାହାଣ ହାତ ବୋଲି କୁହାଯାଉଥିବା ପପ୍ପଲପ୍ରୀତକୁ ପୋଲିସ ଗିରଫ କରିଛି। ପପ୍ପଲପ୍ରୀତ ଅମୃତପାଲର ପରାମର୍ଶଦାତା ଭାବେ କାମ କରୁଥିବା କୁହାଯାଉଥିବା ବେଳେ ଅମୃତପାଲ ଫେରାର ହେବାଠାରୁ ସେ ତା’ ସହିତ ରହିଥିଲା। ଗିରଫ ହେବା ପରେ ପପ୍ପଲପ୍ରୀତ ଫେରାର ହେବାର କାରଣ ଜଣାଇଛି। ସେ କହିଛି ଯେ, ପୋଲିସ ନିର୍ଯାତନାରୁ ବଞ୍ଚିବା ପାଇଁ ଆମେ ଫେରାର ହୋଇଥିଲୁ। ଫେରାର ହେବା ପରେ ପୁଲିସ ଆମକୁ ଟ୍ରାକ୍ କରୁଥିବା ଜାଣି ଆମେ ଅଲଗା ଅଲଗା ହୋଇଯାଇଥିଲୁ।ଅମୃତପାଲ ଏବେ ପଞ୍ଜାବରେ ଅଛନ୍ତି, ହେଲେ ମୁଁ ତାଙ୍କ ଠିକଣା ବିଷୟରେ ଜାଣିନାହିଁ। ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ୧୮ରେ ପଞ୍ଜାବ ପୁଲିସ ନେବାରିସ୍ ପଞ୍ଜାବ ଦେ ସଂଗଠନର ମୁଖ୍ୟ ଅମୃତପାଲ ସିଂ ଏବଂ ତା’ର ସହଯୋଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଏହି ସମୟରେ ପୁଲିସ ଅମୃତପାଲର ଶତାଧିକ ସହକର୍ମୀ ଏବଂ ସମର୍ଥକଙ୍କୁ ଗିରଫ କରିଥିଲା। ହେଲେ ଅମୃତପାଲ ତା’ର କିଛି ଘନିଷ୍ଠ ସହଯୋଗୀଙ୍କ ସହ ଖସିଯିବାରେ ସଫଳ ହୋଇଥିଲା। ଏହା ପରଠାରୁ ପୋଲିସ ଅମୃତପାଲକୁ ଖୋଜିବାରେ ଲାଗିପଡ଼ିଛି। ଏପର୍ଯ୍ୟନ୍ତ ଅମୃତପାଲର ଅନେକ ସହଯୋଗୀ ଗିରଫ ହୋଇଥିଲେ ବି ଅମୃତପାଲକୁ ଗିରଫ କରାଯାଇପାରିନାହିଁ |






More Stories
ଆସିଲା ସୁଭଦ୍ରା ଟଙ୍କା…..
ଶ୍ରୀମନ୍ଦିରକୁ ବୋମା ଧମକ ଦେଇଥିବା ଅଭିଯୁକ୍ତ ଗିରଫ…..
ନୂଆରୂପରେ ଲୋକସେବା ଭବନ, ବିଧାନସଭା…..