Report Card Odisha

| Daily Odia News

ପେପରଲେସ୍ କୋର୍ଟ ଶୁଭାରମ୍ଭ……

ରିପୋର୍ଟ କାର୍ଡ / କଟକ 

ରାଜ୍ୟର ୩୦ଟି ଜିଲ୍ଲାରେ ପେପରଲେସ୍ କୋର୍ଟ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଉଦୟ ଉମେଶ ଲଳିତ। ସମସ୍ତ ଜିଲ୍ଲା କୋର୍ଟକୁ ପେପରଲେସ କରିବାକୁ ଇ-ଫାଇଲିଂ ଓ ଇ-ଡକ୍ୟୁମେଣ୍ଟ ଦାଖଲ ପାଇଁ ହାଇକୋର୍ଟ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଓଡ଼ିଶା ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଅବସରରେ ଏକ ସ୍ୱତନ୍ତ୍ର ପୋଷ୍ଟାଲ କଭର ମଧ୍ୟ ପ୍ରକାଶିତ ହୋଇଛି । ସେ ଉଦ୍ବୋଧନ ଦେଇ କହିଛନ୍ତି କି ଆଇନ ଛାତ୍ରଛାତ୍ରୀ ମାନେ ଆଇନ ସେଵା କ୍ଷେତ୍ରକୁ ଆସିଲେ ସେମାନଙ୍କ ଭିତରେ ଏହି ସେଵା ପ୍ରତି ଉତ୍ସାହ ଓ ସହାନୁଭୂତି ରହିବା ଆଵଶ୍ୟକ। ଜାତୀୟ ଆଇନ ଵିଶ୍ବଵିଦ୍ୟାଳୟ ସମାଵର୍ତ୍ତନ ଉତ୍ସଵରେ ୨୨୧ଜଣଙ୍କୁ ସ୍ନାତକ ଡିଗ୍ରୀ,୪ଜଣଙ୍କୁ ଡକ୍ଟରେଟ ଉପାଧି,୨୨ଜଣଙ୍କୁ ସ୍ବର୍ଣ୍ଣ ପଦକ ଓ ୩୮ଜଣଙ୍କୁ ଏଲଏଲଏମ ଡିଗ୍ରୀ ପ୍ରଦାନ କରାଯାଇଛି | ଉଲ୍ଲେଖ ଯୋଗ୍ୟ- ଶୁକ୍ରବାର ରାତିରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସେ ପୁରୀରେ ପହଁଚିବା ପରେ ଜିଲ୍ଲାପାଳ ସମର୍ଥ ବର୍ମା, ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ଓ ସେବାୟତ ନିଯୋଗ ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଥିଲା | ମୁଖ୍ୟ ବିଚାରପତି ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ।

Breaking News