ରିପୋର୍ଟ କାର୍ଡ / ଭୁବନେଶ୍ୱର
ଅଭିନେତା ପପୁ ପମ୍ପମ୍ ନିର୍ଦ୍ଦୋଷ । ଆଜି ରାୟ ଶୁଣାଇ ଛନ୍ତି ସ୍ୱତନ୍ତ୍ର ପକ୍ସୋ କୋର୍ଟ । ୨୦୧୬ରେ ଜଣେ ନାବାଳିକାଙ୍କୁ ଆଣିଥିଲେ ଅଭିଯୋଗ । ରିପୋର୍ଟ ଅନୁସା-୨୦୧୬ରେ ଜଣେ ନାବାଳିକାଙ୍କୁ ଫିଲ୍ମରେ ରୋଲ୍ ଦେବାକୁ ଅସଦାଚରଣ କରିଥିବା ଅଭିଯୋଗ ଆସିଥିଲା । ଯାହାକୁ ଆଧାର କରି ପପୁଙ୍କୁ ସେତେବେଳେ ଗିରଫ କରିଥିଲା ପୋଲିସ । ପରେ ମାମଲାର ତ୍ୱରିତ ଶୁଣାଣି ପାଇଁ ସ୍ୱତନ୍ତ୍ର ପକ୍ସୋ କୋର୍ଟରେ ହୋଇଥିଲା । ଆଉ ଏବେ ଏହି ମାମଲାରୁ ଶୁଣାଣି କରି ରାୟ ଶୁଣାଇଛନ୍ତି ମାନ୍ୟବର କୋର୍ଟ । ତେବେ ୨୦୧୬ରେ ଏହି ଚର୍ଚ୍ଚିତ କାଷ୍ଟିଂ କାଉଚ୍ ମାମଲାରେ ଅଭିନେତା ପପୁ ପମ୍ପମ୍ଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି । ଏହାସହିତ ତାଙ୍କ ସହଯୋଗୀ ଗିଟୁ ମଧ୍ୟ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ।






More Stories
ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…..
ସମ୍ବଲପୁର ତହସିଲ ଦୁଇ ଭାଗ…..
ନବୀନଙ୍କୁ କାଉଣ୍ଟର କଲେ ଉପମୁଖ୍ୟମନ୍ତ୍ରୀ…..