ରିପୋର୍ଟ କାର୍ଡ / ଭୁବନେଶ୍ୱର
ପାରାସିଟାମଲ ଅପେକ୍ଷା ଯନ୍ତ୍ରଣାରେ ବିୟରର ୨୫ ପ୍ରତିଶତ ଅଧିକ ଆରାମ ଦେଇଥାଏ ବୋଲି ଏକ ଅଧ୍ୟୟନରେ କୁହାଯାଇଛି । ବିୟରକୁ ପସନ୍ଦ କରୁଥିବା ଲୋକଙ୍କୁ ଏହି ଖବର ଖୁସି କରିପାରେ । ତେବେ ମୁଣ୍ଡବିନ୍ଧା ହେଉଥିବା ବେଳେ ଔଷଧ ଅପେକ୍ଷା ୨ ଗ୍ଲାସ ବିୟର ଅଧିକ ଆରାମ ଦେଇଥାଏ । ଏହା ଉପରେ ଗ୍ରୀନବିଚ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ ୪୦୦ରୁ ଅଧିକ ଲୋକଙ୍କ ଉପରେ ପ୍ରାୟ ୧୮ ଟି ଅଧ୍ୟୟନ କରିଥିଲେ । ଏଥିରେ ସାମ୍ନାକୁ ଆସିଲା କି, ଯନ୍ତ୍ରଣା ଦୂର କରିବାରେ ବିୟର ୨୫ ପ୍ରତିଶତ ଅଧିକ ପ୍ରଭାବଶାଳୀ ଅଟେ । ଏହା ବ୍ୟତୀତ ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, ଯନ୍ତ୍ରଣା ଉପଶମକାରୀ ଓ ଯନ୍ତ୍ରଣାର ତୀବ୍ରତାରେ ବହୁ ପରିମାଣରେ ଆରାମ ଦେଇଥାଏ ଆଲକହଲ୍ । କୁହାଯାଇଥିଲା ଯେ, ଅଳ୍ପ ପରିମାଣରେ ବିୟର ପିଇବାର ଦୁଇଟି ଲାଭ ଅଛି । ଯେଉଁଥିରେ ପ୍ରଥମେ ଏହା ରକ୍ତରେ ଆଲକହଲ ସ୍ତରକୁ ୦.୦୮ ପ୍ରତିଶତ ବୃଦ୍ଧି କରିଥାଏ । ଦ୍ୱିତୀୟଟି ହେଉଛି, ଯନ୍ତ୍ରଣାର ତୀବ୍ରତା ହ୍ରାସ କରିବା ସହ ଏହାକୁ ସହ୍ୟ କରିବାର କ୍ଷମତା ଦେଇଥାଏ । ଏହା ବ୍ୟତୀତ ଏହି ଅଧ୍ୟୟନ କରିଥିବା ଡାକ୍ତର ଟ୍ରେଭର୍ ଥମ୍ପସନ୍ କହିଛନ୍ତି ଯେ, ଆଲକହଲ ଏକ ପ୍ରଭାବଶାଳୀ ପେନକିଲର ବୋଲି ଆମ ପାଖରେ ପର୍ଯ୍ୟାପ୍ତ ପ୍ରମାଣ ଅଛି । ଏହା କୋଡିନ୍ ଏବଂ ପାରାସିଟାମଲ ଅପେକ୍ଷା ଅଧିକ ପ୍ରଭାବଶାଳୀ । ବାରମ୍ବାର ପେନକିଲର ଖାଇବା ଅପେକ୍ଷା ବିୟର ଅଧିକ ପ୍ରଭାବଶାଳୀ, କିନ୍ତୁ ବିୟରର କିଛି ସାଇଡ୍ ଇଫେକ୍ଟ ବି ରହିଛି ।
More Stories
ବ୍ୟାପୁଛି ହାଡ଼ଫୁଟି,୩୦ରୁ ଅଧିକ ଆକ୍ରାନ୍ତ…..
ମଙ୍କିପକ୍ସ ନେଇ କେନ୍ଦ୍ରର ପରାମର୍ଶ…..
ଭାରତରେ ଏମପକ୍ସ କ୍ଲେଡ୍-୧ର ପ୍ରଥମ ମାମଲା ଚିହ୍ନଟ…..