ରିପୋର୍ଟ କାର୍ଡ / ପାରାଦୀପ
ଜଗତସିଂହପୁର ଜିଲ୍ଲା ଆଳିପିଙ୍ଗଳ ଜେଲରୁ ଫେରାର ଥିବା ଦୁଷ୍କର୍ମ ମାମଲାର ବିଚାରାଧୀନ ବନ୍ଦୀର ଉନ୍ମତ୍ତ କାଣ୍ଡ ଭିଆଇଛି । ବାଲିକୁଦା ଗଦେଇଗିରି ଗାଁରେ ଦୁଷ୍କର୍ମ ମାମଲାର ଅଭିଯୁକ୍ତ ଜୀବନ ଜ୍ୟୋତି ସାହୁ ନିଜ ଆଈଙ୍କୁ କଟୁରିରେ ହାଣି ହତ୍ୟା କରିଥିବା ଜଣାଯାଇଛି। ଏହି ଆକ୍ରମଣରେ ନାବାଳିକାଙ୍କ ମା ଓ ଅନ୍ୟ ଜଣେ ପଡ଼ୋଶୀ ମହିଳା ଏବଂ ତାଙ୍କ ୬ ବର୍ଷର ଶିଶୁ କନ୍ୟା ଗୁରୁତର ହୋଇଥିଲେ। ସେମାନଙ୍କୁ ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ୨୦୨୦ରେ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଜୀବନ ଜ୍ୟୋତି ସାହୁ ଗିରଫ ହୋଇ ଆଳିପିଙ୍ଗଳ ଜେଲରେ ଥିଲା। ତେବେ ୨୦୨୨ ଏପ୍ରିଲରୁ ସେ ଫେରାର ହୋଇ ଯାଇଥିଲା।






More Stories
ରାଜ୍ୟରେ ସକାଳୁଆ ସ୍କୁଲ…..
କନିଷ୍ଠ ଶିକ୍ଷକ ହେଲେ ନିୟମିତ…..
ସରିଲା ମାଟ୍ରିକ ଖାତାଦେଖା…..