ରିପୋର୍ଟ କାର୍ଡ / ପାରାଦୀପ
ପାରାଦୀପ ଉପକୂଳରେ ବ୍ଲାକରୋଜ ଜାହାଜ ବୁଡ଼ି ମାମଲାରେ ହାଇକୋର୍ଟରେ ହାଜର ହୋଇଛି ଜାହାଜ ଚଳାଚଳ ମନ୍ତ୍ରାଳୟ। ଏହି ମାମଲାର ଶୁଣାଣି ଆସନ୍ତା ୧୬ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଆଇନର କେଉଁ ବ୍ୟବସ୍ଥା ଆଧାରରେ ଏହି ଘଟଣାର ପୁନର୍ବାର ତଦନ୍ତ କରାଯାଇପାରିବ ବୋଲି କୋର୍ଟ ଜାଣିବାକୁ ଚାହିଁଥିଲେ। ପୂର୍ବରୁ କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ କରିଥିବାରୁ କ’ଣ ପାଇଁ ସିବିଆଇ ତଦନ୍ତର ଆବଶ୍ୟକତା ରହିଛି ବୋଲି ମାମଲାର ଶୁଣାଣି ସମୟରେ ଆବେଦନାକାରୀଙ୍କୁ ହାଇକୋର୍ଟ ପଚାରିଥିଲେ।ତେବେ ଏହାର ଜବାବ ପାଇଁ ଆବେଦନକାରୀ ମହଲତ ମାଗିବାରୁ ପରବର୍ତ୍ତୀ ଶୁଣାଣି ଆସନ୍ତା ୧୬ ତାରିଖକୁ ଧାର୍ଯ୍ୟ କରିଛନ୍ତି କୋର୍ଟ।






More Stories
୩୦ ସୁଦ୍ଧା ଚୂଡ଼ାନ୍ତ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା…..
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା…..
ଆଜି ରାଜ୍ୟ କ୍ୟାବିନେଟ ବୈଠକ….