ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆସନ୍ତା ୨୪ରୁ ଆରମ୍ଭ ହେବ ଟୋକିଓରେ ପାରାଅଲିମ୍ପିକ୍ସ । ଏହା ପୂର୍ବରୁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାରାଅଲିମ୍ପିକ୍ସରେ ଯୋଗ ଦେଉଥିବା ଭାରତୀୟ ଖେଳାଳିଙ୍କ ସହ କଥା ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂରେ ଅନେକ ସମୟ ଧରିି ଖେଳାଳିଙ୍କ ସହ ଭାବ ଆଦାନପ୍ରଦାନ କରିଛନ୍ତି । ପାରାଅଲିମ୍ପିକସର ଭାରତୀୟ ସ୍କ୍ୱାଡରେ ସାମିଲ ହୋଇଛନ୍ତି ଓଡ଼ିଆ ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ | ଖେଳାଳିମାନେ ନିଜ ନିଜର ଅନୁଭୂତି ବାଣ୍ଟିଥିଲେ । ଜୀବନରେ ସାମନା କରିଥିବା ଦୁଃଖ, କଷ୍ଟ ଓ ସଫଳତା ନେଇ ଆଲୋଚନା କରିଥିଲେ । ପାରାଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଥିବା ବ୍ୟାଡମିଣ୍ଟନ ଖେଳାଳି ପଲକ କୋହିଲଙ୍କ ସହ ଅନେକ କଥା ସେୟାର କରିଥିଲେ ମୋଦି । ପଲକ ମୋଦିଙ୍କ ସହ କଥା ହେବା ବେଳେ ଖୁସିଥିବା ଜଣାପଡିଛି । ଭଡିଓ କଲ ମାଧ୍ୟମରେ ସେ ମୋଦିଙ୍କ ସହ କଥା ହୋଇଛନ୍ତି ଓ ଅନେକ ଅନୁଭୂତି କହିଛନ୍ତି। ଅନ୍ୟଫଟେ ପାରା ଅଲିମ୍ପିକ୍ସ ଲାଗି ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୋଦି ।






More Stories
ଆଜିଠୁ ବଢିବ ବିମାନ ଭଡ଼ା…..
ଯୁଧ୍ୟରେ ୩ ଭାରତୀୟ ମୃତ,ଜଣେ ନିଖୋଜ……
ହାର୍ଦ୍ଦିକଙ୍କ ନାଁରେ ମାମଲା…..