ରିପୋର୍ଟ କାର୍ଡ /ଭୁବନେଶ୍ୱର
ବହୁଚର୍ଚ୍ଚିତ ନୟାଗଡ଼ ପରୀ ମୃତ୍ୟୁ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ହେବ। ମାମଲାର ସିବିଆଇ ତଦନ୍ତ ଦାବି କରି ପରୀ ମା’ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସୁପ୍ରିମ୍କୋର୍ଟନଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର ପ୍ରତିଜବାବ ଦାଖଲ କରି ସାରିଛନ୍ତି। ପ୍ରତି ଜବାବ ଦାଖଲ ପରେ ଆଜି ରେଜିଷ୍ଟ୍ରାର କୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି। ଏପ୍ରିଲ୍ ୧୯ରେ ସୁପ୍ରିମ୍କୋର୍ଟରେ ଶୁଣାଣି ହେବ ବୋଲି ରେଜିଷ୍ଟ୍ରାର କୋର୍ଟ ଶୁଣାଇଛନ୍ତି। ସୂଚନାଯୋଗ୍ୟ, ନୟାଗଡ଼ର ୫ବର୍ଷର ଝିଅ ପରୀକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଏସଆଇଟି ସ୍ଥାନୀୟ ଜଣେ ନାବାଳକଙ୍କୁ ଗିରଫ କରିଥିଲା। କିନ୍ତୁ ଘଟଣା ପଛରେ ମନ୍ତ୍ରୀ ଅରୁଣ ସାହୁ ଏବଂ ତାଙ୍କର ଜଣେ ସହଯୋଗୀ ବାବୁଲିର ହାତ ଥିବା ଅଭିଯୋଗ ହୋଇଥିଲା। ପୋଲିସ ଆବଶ୍ୟକ ପଦକ୍ଷେପ ନ ନେବାରୁ ପରୀ ମା’ବାପା ଭୁବନେଶ୍ଵର ଆସି ବିଧାନସଭା ଆଗରେ ଆତ୍ମାହୁତି ଉଦ୍ୟମ କରିବା ପରେ ଘଟଣା ଚର୍ଚ୍ଚାକୁ ଆସିଥିଲା। ଫଳରେ ରାଜ୍ୟ ସରକାର ଏହି ମାମଲାର ଏସଆଇଟି ତଦନ୍ତ ନିର୍ଦେଶ ଦେଇଥିଲେ। ଏସଆଇଟି ଜଣେ ନାବାଳକକୁ ଗିରଫ କରିବା ପରେ ଏହାର ତଦନ୍ତ ଉପରେ ପରୀ ମା’-ବାପା ପ୍ରଶ୍ନ ଉଠାଇଥିଲେ। ସେମାନଙ୍କ ଅଭିଯୋଗ ଆଧାରରେ ପୋଲିସ କିମ୍ବା ଏସଆଇଟି ତଦନ୍ତ କରି ନ ଥିବା ଦର୍ଶାଇ ସେମାନେ ମାମଲାର ସିବିଆଇ ତଦନ୍ତ ଦାବି କରିଥିଲେ। ଏ ନେଇ ସେମାନେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଫଳରେ ସୁପ୍ରିମକୋର୍ଟ ୪ ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।
More Stories
ନୋବେଲ ଶାନ୍ତି ପୁରସ୍କାର ଘୋଷଣା…..
୧୫ରେ ଶପଥ ନେବେ ନାୟବ ସିଂହ ସୈନି!….
ମହାରାଷ୍ଟ୍ର,ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ତାରିଖ !…..