Report Card Odisha

| Daily Odia News

ଦିଲୀପ ପାଟିଲ ହୋଇପାରନ୍ତି ମହାରାଷ୍ଟ୍ରର ପରବର୍ତ୍ତୀ ଗୃହମନ୍ତ୍ରୀ…..

ରିପୋର୍ଟ କାର୍ଡ / ମୁମ୍ବାଇ

ଆଜି ମହାରାଷ୍ଟ୍ର ଗୃହମନ୍ତ୍ରୀ ପଦରୁ ଅନିଲ ଦେଶମୁଖ ଇସ୍ତଫା ଦେବାପରେ ଏବେ ପରବର୍ତ୍ତୀ ଗୃହମନ୍ତ୍ରୀ କିଏ ହେବେ ସେ ନେଇ ଚର୍ଚ୍ଚା ଜୋର ଧରିଛି। ଏହା ଭିତରେ ଆଗରେ ରହିଛି ଦିଲୀପ ପାଟିଲଙ୍କ ନାଁ । ଦିଲୀପ ହୋଇପାରନ୍ତି ମହରାଷ୍ଟ୍ରର ପରବର୍ତ୍ତୀ ଗୃହମନ୍ତ୍ରୀ । ସୂଚନା ଅନୁସାରେ- ମହାରାଷ୍ଟ୍ରର ପୂର୍ବତନ ପୋଲିସ କମିସନର ପରମବୀର ସିଂହ ଅନିଲ ଦେଶମୁଖଙ୍କ ବିରୁଦ୍ଧରେ ବଟି ମାଗୁଥିବା ନେଇ ଅଭିଯୋଗ ଆଣିଥିଲେ । ଅନିଲ ଦେଶମୁଖ ୧୦୦ କୋଟି ଟଙ୍କା ବଟି ମାଗୁଥିବା ଅଭିଯୋଗ କରିଥିଲେ ପୂର୍ବତନ ପୋଲିସ କମିସନର ପରମବୀର ସିଂହ । ତେବେ ଏହି ମାମଲାର ଆଜି ଶୁଣାଣି କରି ଅନିଲ ଦେଶମୁଖଙ୍କ ବିରୁଦ୍ଧରେ ସିବିଆଇ ତଦନ୍ତ କରିବା ପାଇଁ ମୁମ୍ବାଇ ହାଇକୋର୍ଟ ଅନୁମତି ଦେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଅନିଲ ଦେଶମୁଖ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।

 

Breaking News