Report Card Odisha

| Daily Odia News

୨୭ରେ ପରୀକ୍ଷା ପେ ଚର୍ଚ୍ଚାର ଷଷ୍ଠ ସଂସ୍କରଣ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆସନ୍ତା ୨୭ ତାରିଖ ରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମର ଷଷ୍ଠ ସଂସ୍କରଣ | ଏହି କାର୍ଯ୍ୟ କ୍ରମରେ ବିଦ୍ୟାର୍ଥୀ, ଶିକ୍ଷକ-ଶିକ୍ଷୟତ୍ରୀ ଏବଂ ଅଭିଭାବକମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଲୋଚନା କରିବେ । ଏହି କାର୍ଯ୍ୟକ୍ରମ ନୂଆଦିଲ୍ଲୀର ତାଲକାତୋରା ଇଣ୍ଡୋର ଷ୍ଟାଡିୟମ୍‌‌ରେ ଅନୁଷ୍ଠିତ ହେବ। କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ପରୀକ୍ଷା ସମୟର ଚାପରୁ ମୁକୁଳି କିଭଳି ପରିସ୍ଥିତିର ସାମ୍ନା କରିହେବ, ସେ ସଂପର୍କରେ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଚଳିତ ବର୍ଷ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ଲାଗି ଗତବର୍ଷ ଅପେକ୍ଷା ପଞ୍ଜିକରଣ ସଂଖ୍ୟା ପ୍ରାୟ ଦ୍ୱିଗୁଣିତ ହୋଇଛି। ଏ ପର୍ଯ୍ୟନ୍ତ ୩୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ, ୫ ଲକ୍ଷରୁ ଅଧିକ ଶିକ୍ଷକ-ଶିକ୍ଷୟତ୍ରୀ ଏବଂ ପ୍ରାୟ ୨ ଲକ୍ଷ ଅଭିଭାବକ ନାମ ପଞ୍ଜିକରଣ କରିଛନ୍ତି। ଏହା ବ୍ୟତୀତ ଏହି କାର୍ଯ୍ୟକ୍ରମରେ ଭାଗ ନେବା ଲାଗି ୧୫୦ରୁ ଊର୍ଦ୍ଧ୍ବ ଦେଶରୁ ବିଦ୍ୟାର୍ଥୀ, ୫୧ଟି ଦେଶରୁ ଶିକ୍ଷକ-ଶିକ୍ଷୟତ୍ରୀ ଏବଂ ୫୦ଟି ଦେଶରୁ ଅଭିଭାବକମାନେ ପଞ୍ଜିକରଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଭାଗ ନେବା ଲାଗି ଗତବର୍ଷ ନଭେମ୍ବର ୨୫ରୁ ଡିସେମ୍ବର ୩୦ ତାରିଖ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଏକ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

 

Breaking News