ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦୀର୍ଘ ୪୪ ବର୍ଷ ପରେ ଅଲିମ୍ପିକ୍ସର ଫାଇନାଲ ଖେଳିବାକୁ ଭାରତୀୟ ପୁରୁଷ ହକି ଦଳର ଆଶା ମଉଳି ଯାଇଛି। ମଙ୍ଗଳବାର ପ୍ୟାରିସ୍ ଅଲିମ୍ପିକ୍ସରେ ସେମିଫାଇନାଲରେ ଭାରତକୁ ୩-୨ ଗୋଲରେ ଜର୍ମାନୀ ପରାସ୍ତ କରିଛି। ବ୍ୟାଚ୍ ସଂଘର୍ଷ ପୂର୍ଣ୍ଣ ହୋଇଥିଲା ଏବଂ ଉଭୟ ଦଳ ଆକ୍ରମଣାତ୍ମକ ହକି ଖେଳିଥିଲେ। ସ୍କୋର୍ ୨-୨ ଥିବାବେଳେ ୫୪ ମିନିଟରେ ମାର୍କେ ମିଲଟକାଉ ଗୋଲ ଦେଇ ଭାରତକୁ ନିରାଶ କରିଛନ୍ତି। କ୍ରମାଗତ ୨ୟ ଅଲିମ୍ପିକ୍ସରେ ଭାରତ କାଂସ୍ୟ ପାଇଁ ଖେଳିବ। ଟୋକିଓ ଅଲିମ୍ପିକ୍ସରେ ଜର୍ମାନୀକୁ ହରାଇ ଭାରତ ୩୧ ବର୍ଷ ପରେ କାଂସ୍ୟ ଜିତିଥିଲା। ଏଥର କାଂସ୍ୟ ପଦକ ପାଇଁ ଭାରତ ସ୍ପେନ୍ ବିପକ୍ଷରେ ଖେଳିବ। ଆକ୍ରମଣାତ୍ମକ ଢଙ୍ଗରେ ଭାରତ ଖେଳ ଆରମ୍ଭ କରିଥିଲା। ଭାରତକୁ କ୍ରମାଗତ ୨ଟି ପେନାଲଟି କର୍ଣ୍ଣର ମିଳିଥିଲା। ହେଲେ ଏହା ନିଷ୍ଫଳ ହୋଇଛି।






More Stories
୨୪ ରେ ବାରବାଟୀ ଟି-୨୦……
ହାର୍ଦ୍ଦିକଙ୍କ ନାଁରେ ମାମଲା…..
ଟିମ୍ ଇଣ୍ଡିଆକୁ ୧୩୧ କୋଟି ପୁରସ୍କାର…..