ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଦୈନିକ ସଂକ୍ରମଣ ହ୍ରାସପାଉଛି । କିନ୍ତୁ ରାଜ୍ୟରେ ମୃତ୍ୟୁ ସଂଖ୍ୟା ବଢିଛି | ପୁର୍ବରୁ ଗୁରୁତର ରୋଗୀଙ୍କ ସଂଖ୍ୟା ଅଧିକ ଥିଲା ବୋଲି ଏବେ ମୃତ୍ୟୁ ସଂଖ୍ୟା ବଢୁଛି ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି। ଡିଏମଇଟି କହିଛନ୍ତି ଯେ, ପୂର୍ବରୁ ଅଧିକ ରୋଗୀ ଆଇସିୟୁରେ ଥିଲେ। ଏବେ ଦୈନିକ ସଂକ୍ରମଣ କମିଛି । ମୃତ୍ୟୁ ସଂଖ୍ୟା ବି ଆଗକୁ କମିବ। ସଂଖ୍ୟ କମିବା ଭାବି ଲୋକ ସଚେତନ ନହେଲେ ବିପଦକୁ ଟାଣି ହେବା କଥା ବୋଲି ସେ କହିଛନ୍ତି। ଆହୁରି କହିଛନ୍ତି ଯେ, ଲକଡାଉନ ଅଧିକ ଦିନ ହେଲେ ଗରିବ ଲୋକ, ବୁଲା ବେପାରୀ ଆଦି ବହୁ ସମସ୍ୟାର ସମ୍ମୁଖୀନ ହେବେ। ଅନଲକ୍ ପ୍ରକ୍ରିୟା ଭବିଷ୍ୟତରେ ହେବ। ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯାଉଛି। ପରିସ୍ଥିତି ଅନୁକୂଳ ହେଲେ ଅନଲକ୍ ହେବ ବୋଲି ସେ କହିଛନ୍ତି ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..