ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଚାଲିଥିବା ମୌସୁମୀ ଅଧିବେଶନରୁ ଶେଷ ପର୍ଯ୍ୟନ୍ତ ନିଲମ୍ୱିତ ହେଲେ ଟିଏମସି ସାଂସଦ ଶାନ୍ତନୁ ସେନ୍। ଗତକାଲି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ପେଗାସସ ପ୍ରସଙ୍ଗରେ ରାଜ୍ୟସଭାରେ ବିବୃତ୍ତି ରଖିଥିଲେ। ଏହି ସମୟରେ ମନ୍ତ୍ରୀଙ୍କ ବିବୃତ୍ତିକୁ ଛଡାଇ ଗୃହରେ ଚିରି ଫୋପାଡି ଦେଇଥିଲେ। ଯାହାକୁ ବିରୋଧ କରିଥିଲା ଶାସକ ବିଜେପି। ଶାନ୍ତନୁଙ୍କ ନିଲମ୍ୱନକୁ ରାଜ୍ୟସଭାରେ ବିରୋଧ କରିଛି ଟିଏମସି। ରାଜ୍ୟସଭାର ଅଧ୍ୟକ୍ଷ ଭେଙ୍କେୟା ନାଇଡୁ କହିଛନ୍ତି, ଗତକାଲି ଯାହା ଘଟିଛି ତାହା ଦେଖି ମୁଁ ଆଶ୍ଚର୍ଯ୍ୟ। ଗୃହରେ କାଗଜ ଚିରି ଫିଙ୍ଗିବା କେବେ ଗ୍ରହଣୀୟ ନୁହେଁ। ଏଭଳି ବ୍ୟବହାର ଗଣତନ୍ତ୍ର ପ୍ରତି କୁଠାରଘାତ। ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ବେଙ୍ଗଲରେ ଟିଏମସି ହିଂସାର ନୀତିକୁ ଆପଣାଇଛି। ସମାନ ରଣନୀତି ସଂସଦରେ ଆପଣାଇବାକୁ ଟିଏମସି ଚେଷ୍ଟା କରୁଛି। ଏଭଳି କରି କ’ଣ ବାର୍ତ୍ତା ଦେବାକୁ ଟିଏମସି ଚାହୁଁଛି ବୋଲି ସେ ପ୍ରଶ୍ନ କରିଛନ୍ତି। ପରେ ଗୃହକୁ ୧୨ଟା ଯାଏ ମୁଲତବୀ ରଖିଥିଲେ ରାଜ୍ୟସଭା ଅଧ୍ୟକ୍ଷ।
More Stories
ସୁରକ୍ଷାକର୍ମୀଙ୍କ ଗୁଳିରେ ୧୦ ମାଓବାଦୀ ନିହତ…..
ରାଜ୍ୟରେ ହେବ ମତ୍ସ୍ୟ ଓ ପଶୁ ସମ୍ପଦ ବିଶ୍ୱବିଦ୍ୟାଳୟ…..
ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ, ୩୮ ମୃତ, ୨୯ ଆହତ……