Report Card Odisha

| Daily Odia News

ଓଡ଼ିଶାରେ ହେବ ସଂସଦୀୟ କମିଟି ବୈଠକ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ଆଗାମୀ ଅଗଷ୍ଟ ୨୯ ଏବଂ ୩୦ ତାରିଖରେ ଓଡ଼ିଶାରେ ଅନୁସୂଚିତ ଜାତି ଓ ଜନଜାତି ସଂସଦୀୟ କମିଟିର ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେବ । ୧୯୯୪ ପରେ ପ୍ରଥମ ଥର ପାଇଁ ଓଡ଼ିଶାରେ କୌଣସି ସଂସଦୀୟ କମିଟିର ବୈଠକ ହେବାକୁ ଯାଉଛି। ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା କମିଟିର ଜଣେ ଅଧ୍ୟକ୍ଷ, ୫ଜଣ ସଦସ୍ୟ ଏବଂ ୪ଜଣ ବିଧାୟକ ଯୋଗଦେବେ। ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ସଂସଦୀୟ କମିଟିର ୩୦ଜଣ ସଦସ୍ୟ ଯୋଗଦେବେ।ମୁଖ୍ୟମନ୍ତ୍ରୀ ଏହି ଜାତୀୟ ସମ୍ମିଳନୀର ଉଦ୍‌ଘାଟନ କରିବେ। ଲୋକସଭା ବାଚସ୍ପତିଙ୍କ ସମେତ ଅନ୍ୟ କେନ୍ଦ୍ରମନ୍ତ୍ରୀମାନେ ଏଥିରେ ଯୋଗଦେବେ। ଆଜି ବିଧାନସଭା ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ଦୁଇ ଦିନ ଧରି ଲୋକସେବା ଭବନ କନଭେନସନରେ ଏହି ସମ୍ମିଳନୀ ଆୟୋଜିତ ହେବ। ଏନେଇସୂଚନା ଦେଇଛନ୍ତି ବିଧାନସଭା ସଚିବ ସତ୍ୟବ୍ରତ ରାଉତ।

Breaking News