Report Card Odisha

| Daily Odia News

ଆଜିଠାରୁ ସଂସଦର ବଜେଟ୍ ଅଧିବେଶନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେବ। ୧୭ଶ ଲୋକସଭାର ଏହା ହେଉଛି ଶେଷ ଅଧିବେଶନ। ଏହି ଅଧିବେଶନ ଫେବୃଆରୀ ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ବଜେଟ୍ ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମିଳିତ ଅଧିବେଶନକୁ ସମ୍ବୋଧନ କରିବେ। ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିବେ। ଆସନ୍ତା ଏପ୍ରିଲ ଓ ମେ ମାସରେ ଲୋକସଭା ନିର୍ବାଚନ ହେବାକୁ ଯାଉଥିବାରୁ ସରକାର ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିବେ। ନିର୍ବାଚନ ପରେ ନୂଆ ସରକାର ପୂର୍ଣ୍ଣକାଳୀନ ବଜେଟ୍ ଉପସ୍ଥାପନ କରିବେ। ବଜେଟ୍ ଉପସ୍ଥାପନ ପରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ କରାଯିବ। ବଜେଟ୍ ଅଧିବେଶନ କାଳରେ ବିରୋଧୀଙ୍କ ପକ୍ଷରୁ ମୁଦ୍ରାସ୍ଫୀତି, ବେରୋଜଗାର, କୃଷକଙ୍କ ସମସ୍ୟା, ମଣିପୁର ହିଂସା, ତଦନ୍ତକାରୀ ଏଜେନ୍ସିର ଦୁରୁପଯୋଗ ଭଳି ପ୍ରସଙ୍ଗ ଉପସ୍ଥାପନ ହେବ। ବଜେଟ୍ ଅଧିବେଶନ ପୂର୍ବରୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ସରକାରଙ୍କ ପକ୍ଷରୁ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା | ଶୀତକାଳୀନ ଅଧିବେଶନରେ ଉଭୟ ଲୋକସଭା ଓ ରାଜ୍ୟସଭାରୁ ନିଲମ୍ବିତ ହୋଇଥିବା ସମସ୍ତ ୧୪୬ ସାଂସଦଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ହୋଇଛି। ଏହାବ୍ୟତୀତ ଲୋକସଭା ପ୍ରିଭିଲେଜ କମିଟି ଦ୍ୱାରା ନିଲମ୍ବିତ ୧୪ ଜଣ ସାଂସଦଙ୍କ ଉପରୁ ବି ନିଲମ୍ବନ ପ୍ରତ୍ୟାହାର କରାଯାଇଛି |

Breaking News