Report Card Odisha

| Daily Odia News

ପଦ୍ମ ଧରିଲେ ହାର୍ଦ୍ଦିକ ପଟେଲ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ପଦ୍ମ ଧରିଲେ ଗୁଜରାଟର ପଟିଦାର ନେତା ହାର୍ଦ୍ଦିକ ପଟେଲ। ସେ ବିଧିବଦ୍ଧ ଭାବେ ଆଜି ବିଜେପିରେ ସାମିଲ ହୋଇଛନ୍ତି। ମଧ୍ୟପ୍ରଦେଶର ରାଜ୍ୟ ସଭାପତି ସିଆର୍‌ ପାଟିଲ ତାଙ୍କୁ ବିଜେପିର ସଦସ୍ୟତା ପ୍ରଦାନ କରିଛନ୍ତି। ବିଜେପିରେ ସାମିଲ ହୋଇଥିବା ନେଇ ଟୁଇଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି ହାର୍ଦ୍ଦିକ। ସେ ଟ୍ୱିଟ୍‌ କରି କହିଛନ୍ତି, ‘ଜାତୀୟ ସ୍ୱାର୍ଥ, ରାଜ୍ୟ ସ୍ୱାର୍ଥ, ଜନସାଧାରଣଙ୍କ ସ୍ୱାର୍ଥ ଏବଂ ସାମାଜିକ ସ୍ୱାର୍ଥର ଭାବନା ସହିତ ମୁଁ ଆଜି ଏକ ନୂତନ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛି। ଭାରତର ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଜାତୀୟ ସେବା କାର୍ଯ୍ୟରେ ଜଣେ ଛୋଟ ସୈନିକ ହେବାକୁ ଯାଉଛି। ନରେନ୍ଦ୍ର ଭୋଇ ମୋଦିଙ୍କ ନେତୃତ୍ୱରେ ମୁଁ କାମ କରିବି।’ ବିଜେପିରେ ସାମିଲ ହେବା ପୂର୍ବରୁ ସାଧୁସନ୍ଥଙ୍କ ଉପସ୍ଥିତିରେ ହାର୍ଦ୍ଦିକ ପଟେଲ ଗୋ’ପୂଜା କରିଥିଲେ। ଏହାପରେ ଯାଇ ସେ ବିଜେପିରେ ସାମିଲ ହୋଇଛନ୍ତି।

 

Breaking News