ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲୋକମାନ୍ୟ ତିଲକ ହୋଲି ସ୍ପେଶାଲ ୦୧୪୧୦ ଟ୍ରେନର ଏସି ବଗିରେ ଅଗ୍ନିକାଣ୍ଡ ଘଟିଛି । ବିହାରର ପାଟନା ଅରାହ ନିକଟସ୍ଥ କରିସାଥ ଅଂଚଳରେ ଏହି ଦୁର୍ଘଟଣା ଘଟିଛି । ହୋଲି ପାଇଁ ଟ୍ରେନରେ ଯାତ୍ରୀଙ୍କ ସଂଖ୍ୟା କମ୍ ଥିବାରୁ କୌଣସି ବଡ ଅଘଟଣ ଘଟିନାହିଁ । ଦୁର୍ଘଟଣା ପରେ ରେଳ ବିଭାଗ ପକ୍ଷରୁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ଦାନାପୁର ହେଲ୍ପଲାଇନ ନମ୍ବର ହେଉଛି-୦୬୧୧୫୨୩୨୪୦୧, ଆରା ହେଲ୍ପଲାଇନ ନମ୍ବର ହେଉଛି-୯୩୪୧୫୦୫୯୮୧ ଏବଂ ବକ୍ସର ହେଲ୍ପଲାଇନ ନମ୍ବର ହେଉଛି ୯୩୪୧୫୦୫୯୭୨ । ସୂଚନା ଅନୁଯାୟୀ ଏହି ଦୁର୍ଘଟଣା ପରେ ଅରାହ ରେଳ ଷ୍ଟେସନରୁ ଅନେକ ଟ୍ରେନ ଚଳାଚଳ ବ୍ୟାହତ ହୋଇଛି । ଏହସହିତ କିଛି ଟ୍ରେନର ଗତିପଥ ବଦଳିଛି । ଫଳରେ ଯାତ୍ରୀମାନେ ଅନେକ ଅସୁବିଧାର ସମ୍ମିଖୀନ ହୋଇଛନ୍ତି । ଦୁର୍ଘଟଣା ସମ୍ପର୍କରେ ମିଳିଥିବା ସୂଚନା ଅନୁଯାୟୀ ଦାନାପୁରରୁ ମୁମ୍ବଇ ଯାଉଥିବା ଏହି ହୋଲି ସ୍ପେଶାଲ ଟ୍ରେନରେ ସର୍ଟ ସର୍କିଟ ଯୋଗୁଁ ହଠାତ ନିଆଁ ଲାଗିଯାଇଥିଲା । ତୁରନ୍ତ ରେଳ ବିଭାଗକୁ ଖବର ଦିଆଯିବ ପରେ ନିଆଁକୁ ଆୟତ୍ତ କରାଯାଇଥିଲା । ଏହି ଦୁର୍ଘଟଣାରେ କୌଣସି ଯାତ୍ରୀ ଆହତ ହୋଇନାହାଁନ୍ତି ।






More Stories
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..
ଛାତ୍ରୀଛାତ୍ରଙ୍କୁ ଟିପ୍ସ ଦେଲେ ମୋଦି…..