ରିପୋର୍ଟ କାର୍ଡ / ଯାଜପୁର
ପିଡିଏସ୍ ଚାଉଳ ଖାଇ ଅନେକଲୋକ ଆକ୍ରାନ୍ତ ହୋଇଥିବା ଘଟଣା ସାମ୍ନାକୁ ଆସିଛି | ଏଭଳି ଅଭିଯୋଗ ଆସିଛି କୋରାଇ ବ୍ଲକର କେତେକ ପଞ୍ଚାୟତରୁ ଆସିଥିବା ବେଳେ ପରେ ତାରାକୋଟ ପଞ୍ଚାୟତରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦ରେ ପହଞ୍ଚିଛି। ତାରାକୋଟ ପଞ୍ଚାୟତ ତାରାକୋଟ ଏବଂ ବାଜିକଣାସାହିର ୩୦ ଜଣ ବସ୍ତି ବାସିନ୍ଦା ପିଡିଏସ୍ ଚାଉଳ ଖାଇ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି| ପଞ୍ଚାୟତର ଲୋକ ଡିଲରଙ୍କ ଠାରୁ ଚାଉଳ ଆଣିଥିଲେ। ଉଭୟ ଡିଲରଙ୍କ ଠାରୁ ୮ ଶହରୁ ଊର୍ଦ୍ଧ୍ବ ଲୋକ ଚାଉଳ ନେଇଥିବା ବେଳେ ପଞ୍ଚାୟତର ତାରାକୋଟ ଏବଂ ବାଜିକୋଣାସାହିର ୩୦ରୁ ଉର୍ଦ୍ଧ୍ବ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଘଟଣା ଏବେ ସାମ୍ନାକୁ ଆସିଛି। ତେବେ ଯୋଗାଣ ବିଭାଗ ଏହାକୁ ଖଣ୍ଡନ କରିବା ସହିତ ପିଡିଏସ୍ ଚାଉଳରେ ଭିଟାମିନ୍ ଚାଉଳ ମିଶାଇ ଦିଆଯାଉଥିବା କଥା କହିଥିଲେ | ଏନେଇ ବ୍ଲକ ଯୋଗାଣ ଅଧିକାରୀ କହିଛନ୍ତି କି ପ୍ଲାଷ୍ଟିକ୍ ଚାଉଳ ଏକ ଗୁଜବ , କିଛିଦିନ ବ୍ୟବହାର ପରେ ଏହା ଲୋକଙ୍କ ଦେହସୁହା ହୋଇଯିବ | ଭିଟାମିନ୍ ଚାଉଳ ସ୍ୱାସ୍ଥ୍ୟପକ୍ଷେ ହିତକର ହୋଇଥିବା ବେଳେ ପ୍ରତି ଏକ କେଜି ସାଧାରଣ ଚାଉଳରେ ଶହେ ଗ୍ରାମର ଭିଟାମିନ୍ ଯୁକ୍ତ ଚାଉଳ ମିଶାଇ ଲୋକଙ୍କୁ ଦିଆଯାଉଛି। ଅପପୁଷ୍ଟିଦୂର କରିବା ଏବଂ ଲୋକଙ୍କୁ ଆବଶ୍ୟକ ଭିଟାମିନ୍ ଦିଆଯିବାକୁ ସରକାର ଏଭଳି ବ୍ୟବସ୍ଥା କରିଥିବା ବେଳେ ଏହା କୌଣସି ପ୍ଲାଷ୍ଟିକ୍ ଚାଉଳ ନୁହେଁ ବୋଲି ବ୍ଲକ ଯୋଗାଣ ଅଧିକାରୀ କହିଛନ୍ତି |






More Stories
କୁଆପଥର ବର୍ଷା ସହ ଝଡ଼ପବନ…..
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..