ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜ୍ୟ ସରକାରଙ୍କୁ ୩୦ ବର୍ଷରୁ ଅଧିକ ସମୟ ସେବା ପ୍ରଦାନ କରି ଅବସର ନେଇଥିବା ବ୍ୟକ୍ତିଙ୍କୁ ଦିଆଯାଉ ପେନସନ ସୁବିଧା । ପେନସନ ସମ୍ପର୍କିତ ଏକ ମାମଲାରେ ଗୁଜରାଟ ହାଇକୋର୍ଟ ଦେଇଥିବା ରାୟକୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ । ରାଜ୍ୟ ସରକାରଙ୍କୁ ୩୦ ବର୍ଷରୁ ଅଧିକ ସମୟ ସେବା ପ୍ରଦାନ କରି ଅବସର ନେଇଥିବା ବ୍ୟକ୍ତିଙ୍କୁ ପେନସନ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଜଷ୍ଟିସ ଏମ ଆର ଶାହ ଏବଂ ଜଷ୍ଟିସ ନାଗରତ୍ନୀଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି କହିଥିଲେ, ନିଜ ଭୁଲର ଲାଭ ଉଠାଇବାକୁ ରାଜ୍ୟକୁ ଅନୁମତି ଦିଆଯାଇ ପାରିବ ନାହିଁ । ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ କହିଥିଲେ, ୩୦ ବର୍ଷ ଲଗାତାର ସେବା ପାଇ ପରେ ଜଣେ କର୍ମଚାରୀ ପେନସନ ପାଇଁ ଯୋଗ୍ୟ ନାହିଁ କହିବା ଅନୁଚିତ । ଶୀର୍ଷ ଅଦାଲତ କହିଥିଲେ, ଏକ କଲ୍ୟାଣକାରୀ ସଂସ୍ଥା ଭାବେ ରାଜ୍ୟ ଏପରି ଆଭିମୁଖ୍ୟ ଗ୍ରହଣ କରିବା ଠିକ୍ ନୁହେଁ । ଖଣ୍ଡପୀଠ କହିଥିଲେ, ‘ଆବେଦନକାରୀଙ୍କୁ ପେନସନ ଦେବା ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ କୌଣସିମତେ ଭୁଲ ନୁହେଁ’।






More Stories
ବଢିବ ଫାସ୍ଟାଗ୍ ବାର୍ଷିକ ଦେୟ…..
ଅଧାରେ ଅଟକିଲା ରୁକୁଣା ରଥ: ଆଜି ଅପରାହ୍ନରେ ରଥଟଣା…..
ରିଙ୍କୁ ଉପଅଧିନାୟକ….