Report Card Odisha

| Daily Odia News

ପେନସନ୍ ଧାରୀଙ୍କ ପାଇଁ ଖୁସି ଖବର…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କେନ୍ଦ୍ରର ସରକାର ଏବେ କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ସଙ୍ଗଠନର (EPFO) ଗ୍ରାହକମାନଙ୍କୁ ଏକ ଖୁସି ଖବର ଦେବାକୁ ପ୍ରସ୍ତୁତ ହେଉଛନ୍ତି । ସରକାର ଖୁବ୍ ଶୀଘ୍ର ପି.ଏଫ୍. ଆକାଉଣ୍ଟଧାରୀଙ୍କ ସର୍ବନିମ୍ନ ପେନସନ୍ ପରିମାଣ ( ବୃଦ୍ଧି କରିପାରନ୍ତି । ଇ.ପି.ଏଫ୍‌.ଓ.ର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡର ବୈଠକ ଖୁବ (CBT Meeting) ଖୁବ୍‌ ଶୀଘ୍ର ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ଅନେକ ବଡ଼ ପ୍ରସଙ୍ଗ ଉପରେ ଆଲୋଚନା ହେବା ପରେ ଏହି ନିଷ୍ପତ୍ତି ନିଆଯାଇପାରେ । ସର୍ବନିମ୍ନ ପେନସନ୍ ବୃଦ୍ଧି ଉପରେ ନିଷ୍ପତ୍ତି ନେବା ଏହି ବୈଠକର ମୁଖ୍ୟ ଏଜେଣ୍ଡାରେ ଅଛି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ସର୍ବନିମ୍ନ ପେନ୍‌ସନକୁ ମାସିକ ୧,୦୦୦ ଟଙ୍କାରୁ ୬,୦୦୦ ଟଙ୍କାକୁ ବୃଦ୍ଧି କରିବାକୁ କେନ୍ଦ୍ରୀୟ ଟ୍ରେଡ ୟୁନିଅନ ଦାବି କରିଛି । କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ଏହାକୁ ୩,୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିପାରେ ବୋଲି ବିଶ୍ୱାସ କରାଯାଉଛି । ଇ.ପି.ଏଫ୍.ଓ. ଟଙ୍କାକୁ ବେସରକାରୀ କର୍ପୋରେଟ୍ ବଣ୍ଡରେ  ବିନିଯୋଗ କରିବାର ବିବାଦୀୟ ପ୍ରସଙ୍ଗ ବି ଏହି ବୈଠକରେ ଆଲୋଚନା ହେବ । ଏହା ସହିତ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ପେନସନ୍ ପାଣ୍ଠିର ସୁଧ ହାର ଉପରେ ବି ଏହି ବୈଠକରେ ନିଷ୍ପତ୍ତି ନିଆଯାଇପାରେ । କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ଦେଶରେ ସର୍ବନିମ୍ନ ପେନସନ୍ ପରିମାଣ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇପାରେ ବୋଲି ସଙ୍କେତ ଆସିଛି । ଇ.ପି.ଏଫ୍‌.ଓ.ରେ ଜମା ହୋଇଥିବା ରାଶି ଉପରେ ବର୍ତ୍ତମାନର ସୁଧ ହାର ୮.୫ ପ୍ରତିଶତ ଜାରି ରହିପାରେ ବୋଲି ବି ବିଶ୍ୱାସ କରାଯାଉଛି । ବର୍ତ୍ତମାନର ସୁଧ ହାରରେ କୌଣସି ପରିବର୍ତ୍ତନ ହେବାର କମ୍ ସମ୍ଭାବନା ଅଛି ବୋଲି କହିଛନ୍ତି ସରକାରୀ ସୂତ୍ର । ସି.ବି.ଟି.ର ବୈଠକ ପୂର୍ବରୁ ନଭେମ୍ବର ୧୬ ତାରିଖରେ ଅନୁଷ୍ଠିତ ହେବାକୁ ଥିଲା, କିନ୍ତୁ ପରେ ଏହାକୁ ସ୍ଥଗିତ ରଖାଯାଇଥିଲା । ବୈଠକର ପ୍ରସଙ୍ଗ ଓ ଏଜେଣ୍ଡା ଏ ପର୍ଯ୍ୟନ୍ତ ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇନାହିଁ । ଏହା ପୂର୍ବରୁ ସି.ବି.ଟି.ର ଶେଷ ବୈଠକ ମାର୍ଚ୍ଚ ୨୦୨୧ରେ ଶ୍ରୀନଗରରେ ଅନୁଷ୍ଠିତ ହୋଇଥିଲା । ସେଥିରେ ୨୦୨୦-୨୧ ପାଇଁ ସଦସ୍ୟମାନଙ୍କ ଆକାଉଣ୍ଟରେ ଇ.ପି.ଏଫ୍.ଓ. ଜମା ଉପରେ ବାର୍ଷିକ ୮.୫ ପ୍ରତିଶତ ସୁଧ ହାର ସୁପାରିଶ କରାଯାଇଥିଲା । ଏହାକୁ ଅର୍ଥ ମନ୍ତ୍ରଣାଳୟ ନିକଟରେ ଅନୁମୋଦନ କରିଛି ।

Breaking News