Report Card Odisha

| Daily Odia News

ବଢ଼ିଲା ଭତ୍ତା ଟଙ୍କା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟ ବଜେଟରେ ଭତ୍ତା ପାଇଁ ୭ ହଜାର ୬ ଶହ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୮୦ ବର୍ଷରୁ ଅଧିକ ବୟସ୍କ ନାଗରିକ ଓ ୮୦ ପ୍ରତିଶତରୁ କମ ହୋଇନଥିବା ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ଲାଗି ଉଭୟ ମଧୁବାବୁ ପେନସନ ଯୋଜନା ଓ ଜାତୀୟ ସୁରକ୍ଷା ଭତ୍ତାକୁ ୩ ହଜାର ୫ ଶହ ଟଙ୍କାକୁ ବୃଦ୍ଧି କରାଯିବ। ସେହିପରି ବରିଷ୍ଠ ନାଗରିକ, ଭିନ୍ନକ୍ଷମ, କିନ୍ନର, ଓ ଭିକ୍ଷୁକଙ୍କ ସମେତ ଦୁର୍ବଳ ଗୋଷ୍ଠୀମାନଙ୍କ ଆବାସିକା ସହାୟତାର ଗୁଣାବତ୍ତାରେ ଉନ୍ନତି ଆଣିବା ପାଇଁ ଜିଲ୍ଲା ସହର ମହକୁମାରେ ସମନ୍ୱିତ ଭିତ୍ତିଭୂମି କମ୍ପେ୍ଲକ୍ସ ପ୍ରତିଷ୍ଠା ଓ ବୃଦ୍ଧାଶ୍ରମର ରକ୍ଷଣାବେକ୍ଷଣା ପାଇଁ ୧ ଶହ କୋଟି ଟଙ୍କାର ଅଟକଳ ରହିଛି । ଏହାସହ ଭିନ୍ନକ୍ଷମ କଲ୍ୟାଣ ପାଇଂ ୩ ଶହ ୨କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ, ସରକାରୀ ପ୍ରତିଷ୍ଠାନ ଓ ଭିତ୍ତିଭୂମିକୁ ସେମାନଙ୍କ ଯାତାୟତ ଅନୁକୂଳ କରାଇବା ପାଇଁ ୧୦ କୋଟି ଟଙ୍କା ବ୍ୟବରାଦର ପ୍ରସ୍ତାବ ରହିଛି ।

Breaking News