ରିପୋର୍ଟ କାର୍ଡ / ଭୁବନେଶ୍ୱର
ସାମ୍ବାଦିକଙ୍କ ପାଇଁ ପେନସନ ବ୍ୟବସ୍ଥା କରିବା ପାଇଁ ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ ବିଧାନସଭାରେ ଦାବି କରିଛନ୍ତି। ସେ ଆହୁରି କହିଛନ୍ତି, ପାଖାପାଖି ୧୭ଟି ରାଜ୍ୟରେ ପେନସନ ବ୍ୟବସ୍ଥା ରହିଛି | ସାମ୍ବାଦିକଙ୍କ ପାଇଁ ଥିବା ସ୍ବାସ୍ଥ୍ୟବୀମାରେ ପିତାମାତାଙ୍କୁ ସଂଯୋଗ କରାଯାଉ| ପୂର୍ବରୁ ୫ ଲକ୍ଷ ରହିଛି ସ୍ୱାସ୍ଥ୍ୟବୀମା ରାଶି | ସାମ୍ବାଦିକଙ୍କ ପାଇଁ ପେନସନ ସେବା ଯୋଗାଇ ଦିଆଯାଉ | ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟରେ ସୂଚନା ଓ ଲୋକସଂପର୍କ ବିଭାଗ ରହିଛି। ଏହାକୁ ଗୁରୁତ୍ୱର ସହ ନେଇ ବିଚାର କରନ୍ତୁ ବୋଲି ବିଜେଡି ଗୌତମବୁଦ୍ଧ ଦାସ କହିଛନ୍ତି। ବିଜେଡି ବିଧାୟକ ଗଣମାଧ୍ୟମକୁ ଲୋକସେବା ଭବନକୁ ପ୍ରବେଶ ପାଇଁ ଅନୁମତି ଦିଆଯିବାକୁ ଅନୁରୋଧ କରିଛନ୍ତି | ପ୍ରେସ ଏକାଡେମୀ ଗଠନ ସାଙ୍ଗକୁ ସାମ୍ବାଦିକ ସୁରକ୍ଷା ଆଇନ୍ କାର୍ଯ୍ୟକାରୀ କରାଯାଉ | ବେଳେବେଳେ ଦେଖିବାକୁ ମିଳୁଛି ଅଫିସର ଓ ସାମ୍ବାଦିକଙ୍କ ମଧ୍ୟରେ କିଛି ବିବାଦ ରହୁଛି | ଯାହା ପାଇଁ ଖବର ସଂଗ୍ରହରେ ବାଧା ମଧ୍ୟ ଉପୁଜୁଛି | ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସୂଚନା ଓ ଲୋକସଂପର୍କ ବିଭାଗ ରହିଛି। ଏହାକୁ ଗୁରୁତ୍ୱର ସହ ନେଇ ବିଚାର କରନ୍ତୁ ବୋଲି ଗୌତମବୁଦ୍ଧ ଦାସ କହିଛନ୍ତି।






More Stories
ପାହାଡପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ…..
ବଦଳିବ ଜିଲ୍ଲାର ଇଂରାଜୀ ନାମ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……