ରିପୋର୍ଟ କାର୍ଡ / ଭୁବନେଶ୍ୱର
ଗାଡିରେ ଲାଗି ପାରିବନି କୌଣସି ବିକଟାଳ ଶବ୍ଦ । ଏବେ ହର୍ଣ୍ଣକୁ ନେଇ ଲାଗୁ ହୋଇଛି ନୂଆ ନିୟମ । ଟ୍ରାଫିକ ରୁଲରେ ଯୋଡି ହେଉଛି ନୂଆ ଫର୍ଦ୍ଦ । ବିକଟାଳ ଶବ୍ଦ ଲଗାଇଲେ ଗଣିବାକୁ ହେବ ଜରିମାନା । ଏଣିକି ସାବଧାନ ହୋଇଯାଆନ୍ତୁ ଗାଡି ଚାଳକ । ଆଗକୁ ଗାଡିରେ ବିକଟାଳ ଶବ୍ଦ କରୁଥିବା କୌଣସି ହର୍ଣ୍ଣ ଲଗାଇ ପାରିବେନି କୌଣସି ବ୍ୟକ୍ତି । ଶବ୍ଦ ପ୍ରଦୂଷଣ ରୋକିବା ପାଇଁ ଏମିତି ଏକ ନିଷ୍ପତ୍ତି ନେଇଛି ରାଜ୍ୟ ପରିବହନ ବିଭାଗ । ତେବେ ଏ ନେଇ ଆରମ୍ଭ ହେବ ଏକ ସ୍ୱତନ୍ତ୍ର ଡ୍ରାଇଭ । ନିୟମ ଉଲ୍ଲଙ୍ଘନକାରୀମାନଙ୍କ ବିରୋଧରେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ । ମୋଟା ଆକାରର ଫାଇନ ସହିତ ଜେଲ ଦଣ୍ଡ ଭୋଗିପାରନ୍ତି ଗାଡି ଚାଳକ ।






More Stories
କଂଗ୍ରେସ ଛାଡିଲେ ଜୟରାମ…..
ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
୧୬ରେ ରାଜ୍ୟସଭା ନିର୍ବାଚନ…..