ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ‘ଅପରେସନ ସିନ୍ଦୂର’ ସମୟରେ ଭାରତୀୟ ସେନାର ସଫଳତା ପାଇଁ ମେକ୍-ଇନ୍-ଇଣ୍ଡିଆକୁ ପ୍ରଶଂସା କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ପାକ୍ ଅଧିକୃତ କଶ୍ମୀର (ପିଓକେ)ରେ ରହୁଥିବା ଲୋକମାନେ ଭାରତର ନିଜର ଏବଂ ଗୋଟିଏ ଦିନ ସେମାନେ ନିଶ୍ଚିତ ଭାବରେ ମୁଖ୍ୟଧାରାକୁ ଫେରି ଆସିବେ। “ମେକ୍-ଇନ୍-ଇଣ୍ଡିଆ ଆମର ଜାତୀୟ ସୁରକ୍ଷାରେ ଏକ ଅତ୍ୟାବଶ୍ୟକୀୟ ଉପାଦାନ ଏବଂ ଏହା ‘ଅପରେସନ ସିନ୍ଦୂ’ ସମୟରେ ଆତଙ୍କବାଦ ବିରୋଧରେ ଭାରତର ପ୍ରଭାବଶାଳୀ କାର୍ଯ୍ୟାନୁଷ୍ଠାନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା,” ବୋଲି ରାଜନାଥ ସିଂହ ମତ ପ୍ରକାଶ କରିଛନ୍ତି। ରାଜନାଥ ସିଂହଙ୍କ ଏହି ବୟାନରେ ପାକିସ୍ତାନ ପୁଣି ଥରେ ଆତଙ୍କିତ ହୋଇଉଠିଛି। ରାଜନାଥ ସିଂହ କହିଛନ୍ତି, ସେବେ ଯାଏ ଆମେ ଅଟକିବୁନି, ଯେବେ ଯାଏ ଆମେ ପିଓକେକୁ ଫେରାଇ ନଆଣିଛୁ। ପାକିସ୍ତାନକୁ ଟାର୍ଗେଟ କରି ରାଜନାଥ ଆହୁରି କହିଛନ୍ତି, ଆତଙ୍କବାଦର ବ୍ୟବସାୟ ଚଳାଇବା ପାକିସ୍ତାନକୁ ଏକ ବଡ ମୂଲ୍ୟ ଦେବାକୁ ପଡ଼ିପାରେ । ପାକିସ୍ତାନ ଏବେ ଏହା ବହୁତ ଭଲ ଭାବରେ ଅନୁଭବ କରିସାରିଛି । ରାଜନାଥ ସିଂ ଆହୁରି କହିଛନ୍ତି, ଭାରତୀୟ ସେନା ଏକ ଦକ୍ଷ ଡାକ୍ତର ଏବଂ ସର୍ଜନ ପରି କାମ କରିଥିଲା । ଯେପରି ଜଣେ ଦକ୍ଷ ସର୍ଜନ ଅପରେସନ୍ ବେଳେ ଠିକ୍ ସମୟରେ ତାଙ୍କର ଉପକରଣ ବ୍ୟବହାର କରନ୍ତି, ସେହିପରି ଭାରତୀୟ ସେନା ମଧ୍ୟ ଆତଙ୍କବାଦର ମୂଳପୋଛ ପାଇଁ ତାଙ୍କର ଅସ୍ତ୍ରଶସ୍ତ୍ରକୁ ଅତି ସଠିକତାର ସହିତ ବ୍ୟବହାର କରିଥିଲା । କିନ୍ତୁ ପାକିସ୍ତାନର ଅଭ୍ୟାସ ରହିଛି, ସେ କେବେ ସହଜରେ ତା’ ହାରକୁ ସ୍ୱୀକାର କରେନାହିଁ । ସେଥିପାଇଁ ଏତେ ପ୍ରହାର ପରେ ବି ପାକିସ୍ତାନର ମୁହଁ ଫୁଟାଣି ଭାଙ୍ଗିନି । ଏବେ ବି ପାକିସ୍ତାନ ଭାରତୀୟ ମାଟି ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରୁଛି ଏବଂ ସାଧାରଣ ନାଗରିକଙ୍କୁ ମଧ୍ୟ ଟାର୍ଗେଟ କରିବାକୁ ଚେଷ୍ଟା କରୁଛି ।






More Stories
ମଣିପୁରରୁ ହଟିଲା ରାଷ୍ଟ୍ରପତି ଶାସନ,ଶପଥ ନେଲେ ମୁଖ୍ୟମନ୍ତ୍ରୀ….
୨ ଆତଙ୍କୀ ନିହତ…..
ପିଟି ହେଲା ଦୁଇ ବିମାନର ଡେଣା…..