ରିପୋର୍ଟ କାର୍ଡ / ଭୁବନେଶ୍ବର
ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ମାର୍ଗଦର୍ଶିକା ଜାରି ହୋଇଛି | ଅବଧି ଶେଷ ହୋଇଯାଇଥିବା ଔଷଧର ବଣ୍ଟନ ଓ ବ୍ୟବହାର ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ପ୍ରତି ଔଷଧର ଅବଧି ତାରିଖକୁ ଭଲ ଭାବେ ଲେଖିବା ସହିତ ଷ୍ଟୋରକୁ ଔଷଧ ନିଆଗଲା ବେଳେ ଉଭୟ ଅନଲାଇନ୍ ଓ ଅଫଲାଇନ୍ରେ ଅବଧି ତାରିଖ ନେଇ ତଥ୍ୟ ରଖିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତ୍ୟେକ ଦିନ ଔଷଧର ଅବଧି ଯାଞ୍ଚ ହେବା ସହିତ ଯେଉଁସବୁ ଔଷଧର ଅବଧି ଆସନ୍ତା ୩ମାସ ଭିତରେ ଶେଷ ହେବ ତାହାକୁ ଅଲଗା ରଖିବାକୁ କୁହାଯାଇଛି। ଜରୁରୀ ସ୍ଥିତିରେ କୌଣସି ଔଷଧର ଆବଶ୍ୟକତା ପଡ଼େ ଓ ଏହାର ବିକଳ୍ପ ଉପଲବ୍ଧ ନ ହୁଏ ତାହାଲେ ସଂପୃକ୍ତ ଔଷଧକୁ ଅବଧି ଶେଷ ହେବା ଯାଏ ବ୍ୟବହାର କରାଯାଇ ପାରିବ। ଔଷଧ ବଣ୍ଟନ ସମୟରେ ମଧ୍ୟ ଅବଧିର ଯାଞ୍ଚକୁ ବାଧ୍ୟତାମୂଳକ କରାଯାଇଛି। ଏହାସହ ପ୍ରତିମାସରେ ଔଷଧ ଯାଞ୍ଚ କମିଟି ଔଷଧ ଗୁଡ଼ିକର କଡ଼ାକଡ଼ି ଅନୁଧ୍ୟାନ କରିବା ଲାଗି ବିଭାଗ ପକ୍ଷରୁ ନିର୍ଦେଶ ଜାରି ହୋଇଛି।






More Stories
ପଟ୍ଟାରେ ଲାଗିବ କ୍ୟୁଆର୍ କୋଡ୍…..
ରାଜ୍ୟସଭା ନିର୍ବାଚନ ବିଗୁଲ୍ !…..
୧୩ରେ ରାଜ୍ୟ କ୍ୟାବିନେଟ୍…..