ରିପୋର୍ଟକାର୍ଡ / ନୂଆଦିଲ୍ଲୀ
ଦୀଘା ମନ୍ଦିର ସାମ୍ନାରେ ବଡ଼ ବଡ଼ ଅକ୍ଷରରେ ସ୍ଥାୟୀ ଭାବେ ଜଗନ୍ନାଥ ଧାମ ହୋର୍ଡିଂ ଲଗାଯାଇଛି। ପଶ୍ଚିମ ବଙ୍ଗ ପ୍ରଶାସନ ପକ୍ଷରୁ ରାତାରାତି ସ୍ଥାୟୀ ଜଗନ୍ନାଥ ଧାମ ହୋର୍ଡିଂ ଲଗାଯାଇଛି। ପୂର୍ବରୁ ଦୀଘା ଜଗନ୍ନାଥ ମନ୍ଦିରରେ ଅସ୍ଥାୟୀ ହୋର୍ଡ଼ିଂ ଲଗାଯାଇଥିଲା। ଜଗନ୍ନାଥ ଧାମ ବିବାଦ ଭିତରେ ସ୍ଥାୟୀ ହୋର୍ଡିଂ ଲଗାଯାଇଛି। ସୋମବାର ଦୀଘାରେ ନବନିର୍ମିତ ଜଗନ୍ନାଥ ମନ୍ଦିରରୁ ‘ଜଗନ୍ନାଥ ଧାମ’ ଲେଖାକୁ ହଟାଯାଇଥିବା ନେଇ ବିଜେପି ଆଇଟି ସେଲ୍ ଅଧ୍ୟକ୍ଷ ଅମିତ ମାଲବ୍ୟ ଟ୍ୱିଟ୍ କରି ସୂଚନା ଦେଇଥିଲେ । ସେ ମନ୍ଦିରର ପୂର୍ବର ଫୋଟ (ଯେଉଁଠି ଜଗନ୍ନାଥ ଧାମ ଲେଖାଯାଇଥିଲା) ଓ ପରର ଫଟୋ ପୋଷ୍ଟ କରି ‘ଏକ୍ସ’ରେ ଲେଖିଥିଲେ ଯେ, ”ପ୍ରବଳ ବିରୋଧ ପରେ ପଶ୍ଚିମବଙ୍ଗ ସରକାର ବାଧ୍ୟ ହୋଇ ଜଗନ୍ନାଥ ଧାମ ଫଳକ ହଟାଇଛନ୍ତି । ଏହା ହିନ୍ଦୁ ଏକତାର ବିଜୟ ଓ ମମତାଙ୍କ ପ୍ରତି ଶକ୍ତ ଧକ୍କା । ଯେତେବେଳେ ହିନ୍ଦୁ ଏକାଠି ହେବେ, କୌଣସି ହୀନ ରାଜନୀତି ତିଷ୍ଠିବନି ।” ପବିତ୍ର ଅକ୍ଷୟ ତୃତୀୟରେ ଦୀଘାଠାରେ ପୁରୀ ଶ୍ରୀମନ୍ଦିର ଢାଞ୍ଚାରେ ଏକ ଭବ୍ୟ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ପୁରୀରୁ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କ ସମେତ କିଛି ଦଇତାପତି ସେବାୟତ ଯୋଗ ଦେଇଥିଲେ । ତେବେ ଏହି ମନ୍ଦିରକୁ ଜଗନ୍ନାଥ ଧାମ ବୋଲି କୁହାଯିବା ଏବଂ ପୁରୀରୁ ବଳକା ନବେକଳବର ଦାରୁରେ ଦୀଘା ଦିଅଁ ନିର୍ମାଣ ଚର୍ଚ୍ଚାକୁ ଓଡ଼ିଶାରେ ଦୃଢ଼ ବିରୋଧ କରାଯାଇଥିଲା।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..