Report Card Odisha

| Daily Odia News

ବିଜେପି କାର୍ଯ୍ୟାଳୟ ଉପରକୁ ବୋମାମାଡ଼…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ତାମିଲନାଡ଼ୁର ବିଜେପି ରାଜ୍ୟ କାର୍ଯ୍ୟାଳୟ ଉପରକୁ ବୋମାମାଡ଼ ହୋଇଛି । ଦୁର୍ବୃତ୍ତ ମାନେ ବୋମା ମାଡ଼ କରି ଫେରାର ହୋଇଯାଇଛନ୍ତି । ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ଏକ ବାଇକରେ ଆସି ବିଜେପି କାର୍ଯ୍ୟାଳୟ ଉପରକୁ ପେଟ୍ରୋଲ ବୋମାମାଡ଼ କରିଥିଲେ । ପରେ ସେଠାରୁ ଖସିଯାଇଥିଲେ । ଏନେଇ ପୁଲିସ ଖବର ପାଇବା ପରେ ତଦନ୍ତ ଆରମ୍ଭ କରିଥିଲା । କାର୍ଯ୍ୟାଳୟ ନିକଟରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ପରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତର ନାଁ ବିନୋଦ। ତାହା ସହ ଆଉ କିଛି ଲୋକ ସମ୍ପୃକ୍ତି ଥାଇପାରନ୍ତି ବୋଲି ପୁଲିସ ସନ୍ଦେହ କରିବା ସହ ତାକୁ ପଚରାଉଚରା କରୁଛି । ତେବେ ବିଳମ୍ବିତ ରାତିରେ ଏହି ବୋମାମାଡ଼ ହୋଇଥିବାରୁ କେହି ମୃତାହତ ହୋଇନାହାନ୍ତି ।

Breaking News