ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱର ସ୍ଥିତ କଂଗ୍ରେସ ଭବନ ଉପରକୁ ଗତକାଲି ବିଳମ୍ବିତ ରାତିରେ ହୋଇଛି ପେଟ୍ରୋଲ ବୋମା ମାଡ଼। କିଏ ଏହି ପେଟ୍ରୋଲ ବୋମା ଫିଙ୍ଗିଛି ତାହା ଜଣାପଡ଼ି ନାହିଁ | ଏହା ଗୋଷ୍ଠୀକନ୍ଦଳ ଯୋଗୁଁ ଘଟିଥିବା ନେଇ ଚର୍ଚ୍ଚା ହେଉଛି | ପେଟ୍ରୋଲ ବୋମା ମାଡ଼ରେ କଂଗ୍ରେସ ଭବନର କିଛି କ୍ଷୟକ୍ଷତି ହୋଇ ନଥିବା ଜଣାପଡ଼ିଛି। ତେବେ ପେଟ୍ରୋଲ ବୋମା ମାଡ଼ରେ ନିକଟରେ ଥିବା ଗଛରେ ନିଆଁ ଲାଗି ଯାଇଥିଲା। ଘଟଣା ସଂପର୍କରେ ଖବର ପାଇ ପୋଲିସ ସେଠାରେ ପହଞ୍ଚିଥିଲା। ଅଗ୍ନିଶମ ବାହିନୀ ବି ଆସି ସେଠାରେ ପହଞ୍ଚିଥିଲେ ଓ ନିଆଁ ଲିଭାଇ ଥିଲେ। ଗତକାଲି ସନ୍ଧ୍ୟାରେ ଦୁର୍ଗା ମାଧବ ମହଲା ନାମକ ଜଣେ ଯୁବକଙ୍କୁ କଂଗ୍ରେସ ଭବନ ସାମ୍ନାରେ ଆକ୍ରମଣ କରାଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଉ ଏହାପରେ ବିଳମ୍ବିତ ରାତିରେ କଂଗ୍ରେସ ଭବନରେ ପେଟ୍ରୋଲ ବୋମା ମାଡ଼ କରାଯାଇଥିଲା। ଏହି ଦୁଇଟି ଘଟଣା ମଧ୍ୟରେ କିଛି ସଂଯୋଗ ଅଛି କି ନାହିଁ, ତାହା ସ୍ପଷ୍ଟ ହୋଇ ପାରିନି।
More Stories
ଭାରତ-ଇଂଲଣ୍ଡ ମ୍ୟାଚ୍:ଆଜି କାଉଣ୍ଟରରେ ଟିକଟ ବିକ୍ରି ଆରମ୍ଭ…..
ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ,୨୪ ଆହତ….
କୁମ୍ଭମେଳାରେ ବୁଡ ପକାଇବେ ପ୍ରଧାନମନ୍ତ୍ରୀ…..