ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ହୁହୁ ହୋଇ ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ିବାରେ ଲାଗିଛି | ଶୁକ୍ରବାର ଦିନ ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି। ଦୁଇ ଦିନ ବିରତି ପରେ ଦ୍ବିତୀୟ ଦିନ ପାଇଁ ବୃଦ୍ଧି ପାଇଛି ତୈଳ ଦର। ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୩୫ ପଇସା ବୃଦ୍ଧି ପାଇ ୧୦୫.୧୪ ଟଙ୍କା ଥିବାବେଳେ ଡିଜେଲର ମୂଲ୍ୟ ମଧ୍ୟ ୩୫ ପଇସା ବୃଦ୍ଧି ପାଇ ଲିଟର ପିଛା ୯୩.୮୭ କୁ ବୃଦ୍ଧି ପାଇଛି। ଭାରତର ଆର୍ଥିକ ରାଜଧାନୀ ଭାବରେ ଜଣାଶୁଣା ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୧୧.୦୯ ଟଙ୍କା ଥିବା ବେଳେ ଡିଜେଲ ଲିଟର ପିଛା ୧୦୧.୭୮ କୁ ବୃଦ୍ଧି ପାଇଛି। କୋଲକାତାରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଯଥାକ୍ରମେ ୧୦୫.୭୬ ଏବଂ ୯୬.୯୮ ରହିଛି ଏବଂ ଚେନ୍ନାଇରେ ୧୦୨.୪୦ ଏବଂ ୯୮.୨୬ ରହିଛି।
More Stories
ଦକ୍ଷିଣ କୋରିଆରେ ଜରୁରୀକାଳୀନ ସାମରିକ ଆଇନ ଲାଗୁ….
ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବେ ଦେବେନ୍ଦ୍ର ଫଡନାଭିସ୍…..
ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତ ମାମଲା ଶୁଣାଣିରୁ ଓହରିଲେ ପ୍ରଧାନ ବିଚାରପତି…..