Report Card Odisha

| Daily Odia News

କମିଲା ପେଟ୍ରୋଲ୍‌ ଓ ଡିଜେଲ୍‌ ଦର,ଆଜି ମଧ୍ୟରାତ୍ରୀରୁ ଲାଗୁ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

କେନ୍ଦ୍ର ସରକାର ପକ୍ଷରୁ ପେଟ୍ରୋଲ ପିଛା ୫ଟଙ୍କା ଓ ଡିଜେଲ୍ ଦର ପିଛା ୧୦ ଟଙ୍କା ଏକ୍ସାଇଜ୍ ଡ୍ୟୁଟି କମାଯାଇଛି । ଏହା ପରେ ବିଭିନ ରାଜ୍ୟରେ ତୈଳ ଦର କମିଛି । ଓଡ଼ିଶରେ ମଧ୍ୟ ତୈଳ ଦର କାମ ହୋଇଛି | ଫଳରେ ସାଧାରଣ ଜନତାଙ୍କୁ ଟିକେ ଆଶ୍ୱସ୍ତି ମିଳିଛି। ଆଜି ଭୁବନେଶ୍ୱରରେ ପେଟ୍ରୋଲ ୧୦୪ ଟଙ୍କାରୁ ଅଧିକ ରହିଥିବା ବେଳେ ଡିଜେଲ୍‌ ଦର ୯୪ ଟଙ୍କା ରହିଛି । କଟକରେ ୧୦୫ ଟଙ୍କା ପେଟ୍ରୋଲ ଓ ଡିଜେଲ୍ ୯୪ ଟଙ୍କା ରହିଛି । ବାଲେଶ୍ୱରରେ ୧୦୫ ଟଙ୍କା ପେଟ୍ରୋଲ ଦର ରହିଥିବାବେଳେ ଡିଜେଲ୍ ୯୪ ଟଙ୍କା ରହିଛି । ରାଉରକେଲାରେ ପେଟ୍ରୋଲ ୧୦୬ ଟଙ୍କା ଓ ଡିଜେଲ ଦର ୯୫ ଟଙ୍କାରେ ପହଞ୍ଚିଛି । ହେଲେ ମାଲକାନଗିରିରେ ଏବେ ବି ସବୁଠୁ ଅଧିକ ରହିଛି ପେଟ୍ରୋଲ ଦର । ସେହିପରି ଆଜି ମାଲକାନଗିରିରେ ପେଟ୍ରୋଲ ୧୧୦ ଟଙ୍କା ଓ ଡିଜେଲ୍ ୧୦୦ ଟଙ୍କା ଉପରେ ରହିଛି । ଗତକାଲି ମଧ୍ୟ ପେଟ୍ରୋଲ ଉପରେ ଉତ୍ପାଦ ଶୁଳ୍କ ଲିଟର ପିଛା ୫ ଟଙ୍କା ଓ ଡିଜେଲ ଲିଟର ପିଛା ୧୦ ଟଙ୍କା କମିଥିଲା । ଉଭୟ ପେଟ୍ରୋଲ ଓ ଡିଜେଲ ଉପରୁ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ହ୍ରାସ କରିଥିବାରୁ ଏହାର ଦାମ୍‌ କମିଥିଲା। ଗତକାଲି ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ୩ଟଙ୍କା ଲେଖାଏଁ ଭାଟ୍ ହ୍ରାସ କରିଛନ୍ତି ରାଜ୍ୟ ସରକାରଙ୍କ ପକ୍ଷରୁ କମାଯାଇଥିବା ଭାଟ୍ ଆଜି ମଧ୍ୟରାତ୍ରରୁ ନୂଆ ଦର ଲାଗୁହେବ। ଗତ କିଛିଦିନ ଧରି ଯେଉଁଭଳି ଭାବରେ ତୈଳ ଦର ହୁ ହୁ ହୋଇ ବଢ଼ିବାରେ ଲାଗିଥିଲା, ଏନେଇ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ହେଲେ ଏବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପେଟ୍ରେଲ ଓ ଡିଜେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରାଯାଇଛି । ଏହାସହ ଭାଟ୍ କମାଇବା ପାଇଁ ମଧ୍ୟ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି । ଉଲ୍ଲେଖ ଯୋଗ୍ୟ – ଗତକାଲି ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଉପରୁ ୩ ଟଙ୍କା ଭାଟ୍ ହ୍ରାସ କରାଯାଇଥିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ସେ କହିଛନ୍ତି, ଇନ୍ଧନ ମୂଲ୍ୟ ବୃଦ୍ଧିରୁ ସାଧାରଣ ଜନତାଙ୍କୁ ଆଶ୍ବସ୍ତି ପ୍ରଦାନ କରିବା ପାଇଁ ଆଜି ପେଟ୍ରୋଲ ଏବଂ ଡିଜେଲ ଉପରେ ଭାଟ୍ ୩ ଟଙ୍କା ହ୍ରାସ କରାଯାଇଛି। ଏହା ନଭେମ୍ବର ୫ ତାରିଖ ମଧ୍ୟରାତ୍ରୀରୁ ଲାଗୁ ହେବ। ଏହି ଭାଟ୍ ହ୍ରାସ ଫଳରେ ରାଜ୍ୟ ସରକାର ପ୍ରାୟ ୨୦୦୦ କୋଟି ଟଙ୍କାର କ୍ଷତି ସହିବେ। ପେଟ୍ରୋଲ ଓ ଡିଜେଲ ଉପରୁ ୩ ଟଙ୍କା ଭାଟ୍ ହ୍ରାସ କରାଯିବା ସାରା ଦେଶରେ ସର୍ବନିମ୍ନ ତେଲ ଦର ଥିବା ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ଅନ୍ୟତମ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

 

Breaking News