ରିପୋର୍ଟ କାର୍ଡ / ଭୁବନେଶ୍ୱର
ତୈଳ ଦର ବୃଦ୍ଧିରେ ଲାଗୁନି ବ୍ରେକ | ହୁହୁ ହୋଇ ବଢିଚାଲିଛି ପେଟ୍ରୋଲ ଡିଜେଲ ଦର | ଆଜି ୧୦ ଦିନ ହେଲା ତୈଳ ଦର ବୃଦ୍ଧି ପାଉଛି । ମାତ୍ର ୧୦ ଦିନ ମଧ୍ୟରେ ୯ ଥର ପାଇଁ ତୈଳ ଦର ବୃଦ୍ଧି କରାଯାଇଛି । ଦେଶର ବିଭିନ୍ନ ସ୍ଥାନରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ୮୦ ପଇସାରୁ ଊର୍ଦ୍ଧ୍ଵ ବୃଦ୍ଧି ପାଇଥିବା ବେଳେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଗତକାଲି ରାଜଧାନୀ ନୂଆ ଦିଲ୍ଲୀରେ ପେଟ୍ରୋଲ ଦର ୧୦୧ ଟଙ୍କା ଟପିଥିବା ବେଳେ ଆଜି ୧୦୨ଟଙ୍କା ଆଡ଼କୁ ମୁହାଁଇଛି ଦର । ରାଜଧାନୀ ନୂଆଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି ୧୦୧ଟଙ୍କା ୮୧ ପଇସା ରହିଛି । ଡିଜେଲ ମଧ୍ୟ ଲିଟର ପ୍ରତି ଦିଲ୍ଲୀରେ ୯୩ଟଙ୍କା ୦୭ ପଇସା ରହିଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ୧୧୬ଟଙ୍କା ୭୨ ପଇସା ଥିବାବେଳେ ଡିଜେଲ ୧୦୦ ଟଙ୍କା ୯୪ ପଇସା ରହିଛି । ଚେନ୍ନାଇରେ ମଧ୍ୟ ତୈଳ ଦର ୧୦୭ଟଙ୍କା ଟପିଲାଣି । ଚେନ୍ନାଇରେ ପେଟ୍ରୋଲ ୧୦୭ଟଙ୍କା ୪୫ ପଇସା ଥିବା ବେଳେ ଡିଜେଲ ୯୭ ଟଙ୍କା ୯୨ ପଇସା ରହିଛି । କୋଲକାତାରେ ପେଟ୍ରୋଲ ଦର ମଧ୍ୟ ଅହେତୁକ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । କୋଲକାତାରେ ପେଟ୍ରୋଲ ୧୧୧ଟଙ୍କା ୩୫ ପଇସା ଓ ଡିଜେଲ ୯୬ଟଙ୍କା ୨୨ ପଇସା ରହିଛି ।






More Stories
ଜାଣନ୍ତୁ ଚଳିତବର୍ଷର ବଜେଟ୍…..
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……