ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦାମ୍ ବୃଦ୍ଧି ହୋଇଛି । କ୍ରମାଗତ ଭାବେ ୧୨ ଦିନରେ ୧୧ ଥର ତେଲ ଦର ବଢ଼ାଇଲେଣି ତୈଳ କମ୍ପାନୀ । ଦେଶର ବିଭିନ୍ନ ସ୍ଥାନରେ ଆଜି ୮୦ରୁ ୮୫ ପଇସା ତୈଳ ଦର ବୃଦ୍ଧି କରାଯାଇଛି । ଯାହାଫଳରେ ମହଙ୍ଗାମାଡ଼ର ସମ୍ମୁଖିନ ହେଉଛନ୍ତି ଖଉଟି । ରାଜଧାନୀ ଦିଲ୍ଲୀରେ ଆଜି ୮୦ ପଇସା ତୈଳ ଦର ବୃଦ୍ଧି ପାଇଥିବା ବେଳେ ମୁମ୍ବାଇରେ ୮୫ ପଇସା ଓ ଚେନ୍ନାଇରେ ୭୬ ପଇସା ତେଲ ଦର ବୃଦ୍ଧି କରାଯାଇଛି । ସେହିପରି କୋଲକାତାରେ ମଧ୍ୟ ପେଟ୍ରୋଲ ୮୪ ପଇସା ଓ ଡିଜେଲ ୮୦ ପଇସା ବୃଦ୍ଧି କରାଯାଇଛି । ଅନ୍ୟପଟେ ଦେଶରେ ଲଗାତର ଭାବେ ତୈଳ ଦର ବୃଦ୍ଧିକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳୁଛି ।






More Stories
ମୋଦିଙ୍କ ଅଧ୍ୟକ୍ଷତାରେ ବସିଲା CCSର ବଡ଼ ବୈଠକ…..
‘ଆପଣଙ୍କ ମୁହଁ ଖୋଲୁନାହିଁ,କିଏ ସିଲ୍ କରିଦେଇଛି……
ଭୂମିକମ୍ପରେ ଥରିଲା ଜାପାନ,୨୮ ମୃତ…..