Report Card Odisha

| Daily Odia News

ପୁଣି ବଢ଼ିଲା ପେଟ୍ରୋ-ଡିଜେଲ,ଲିଟର ପିଛା ୮୫ ପଇସା ବୃଦ୍ଧି……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପଞ୍ଚମ ଦିନରେ ଚତୁର୍ଥ ଥର ପାଇଁ ବଢ଼ିଲା ତୈଳ ଦର। ପେଟ୍ରୋଲ ଲିଟର ପିଛା ୮୫ ପଇସା ବୃଦ୍ଧି ପାଇଛି। ସେହିପରି ଡିଜେଲ ଲିଟର ପିଛା ୮୪ ପଇସା ବୃଦ୍ଧି ଘଟିଛି। ଏହି ବର୍ଦ୍ଧିତ ଦର ଲାଗୁ ହେବା ପରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୫.୪୦ ପଇସାରେ ପହଞ୍ଚିଛି ସେହିପରି ଡିଜେଲ ଲିଟର ପିଛା ୯୫.୧୩ ପଇସା ହୋଇଛି। ଏହାକୁ ମିଶାଇ ଗଲା ୪ ଦିନ ଭିତରେ ୩.୫୦ପଇସା ବୃଦ୍ଧି ପାଇଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଆଗାମି ୧୫ରୁ ୨୦ ଦିନ ଯାଏଁ ଏଭଳି ତୈଳ ଦର ଲଗାତାର ବଢ଼ିବ ବୋଲି ରାଜ୍ୟ ପେଟ୍ରୋଲିଅମ ଡିଲର ଆସୋସିଏସନର ସମ୍ପାଦକ ସଞ୍ଜୟ ଲାଠ ସୂଚନା ଦେଇଛନ୍ତି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଆଗାମି ୧୫ରୁ ୨୦ ଦିନ ଯାଏଁ ଏଭଳି ତୈଳ ଦର ଲଗାତାର ବଢ଼ିବ ବୋଲି ରାଜ୍ୟ ପେଟ୍ରୋଲିଅମ ଡିଲର ଆସୋସିଏସନର ସମ୍ପାଦକ ସଞ୍ଜୟ ଲାଠ ସୂଚନା ଦେଇଛନ୍ତି।

 

 

Breaking News