Report Card Odisha

| Daily Odia News

ପେଟ୍ରୋଲ-ଡିଜେଲ ଉପରେ ଲାଗିବ ଜିଏସଟି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଅତ୍ୟାବଶ୍ୟକ ସାମଗୀ ପେଟ୍ରୋଲ ଓ ଡିଜେଲର ଦର ଏବେ ଉଚ୍ଚରେ ରହିଛି । ତେଣୁ ଏଥିରୁ ଜନସାଧାରଣଙ୍କୁ ମୁକ୍ତି ଦେବାକୁ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ମୂଲ୍ୟ ହ୍ରାସ ନେଇ ବିଚାର କରୁଛନ୍ତି । ଏଥିପାଇଁ ତୈଳ ଉପରେ ଜିଏସଟି ଲାଗୁ କରିବାକୁ ଯୋଜନା ଚାଲିଛି। ଏହି ପ୍ରସଙ୍ଗରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ପେଟ୍ରୋଲ ଓ ଡିଜେଲକୁ ଜିଏସଟି ଅଧିନକୁ ଆଣିବା ପାଇଁ ରାଜ୍ୟମାନଙ୍କର ଅନୁମୋଦନ ଆବଶ୍ୟକ । ଏ କ୍ଷେତ୍ରରେ ଯଦି ରାଜ୍ୟମାନେ ସହମତି ପ୍ରକାଶ କରନ୍ତି ତେବେ ସରକାର ପେଟ୍ରୋଲିୟମ ଉତ୍ପାଦକୁ ଜିଏସଟି ପରିସରକୁ ଆଣିବେ । ଆସନ୍ତା ୧୮ ତାରିଖରେ ଜିଏସଟି କାଉନସିଲ ବୈଠକ ଅନୁଷ୍ଠିତ ହେବାକୁ ଥିବାବେଳେ ତା’ ପୂର୍ବରୁ ଅର୍ଥମନ୍ତ୍ରୀଙ୍କ ତରଫରୁ ଏହି ବୟାନ ଆସିଥିବା ଜଣାପଡ଼ିଛି । ଶିଳ୍ପ ସଂଗଠନ ପିଏଚଡି ଚାମ୍ପର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ପିଏଚଡିସିସିଆଇ) ପକ୍ଷରୁ ଆୟୋଜିତ ଏକ ବୈଠକୁ ସମ୍ବୋଧିତ କରି ସୀତାରମଣ କହିଛନ୍ତି, ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଜନସାଧାରଣଙ୍କ ଖର୍ଚ୍ଚ ବଢ଼ାଇବାକୁ ଗତ କିଛିବର୍ଷ ଧରି କେନ୍ଦ୍ର ସରକାର ପ୍ରୟାସ କରିଆସୁଛନ୍ତି । ଏନେଇ ଗତ ତିନି ଚାରିବର୍ଷ ଧରି ଜନତାଙ୍କ ପୁଞ୍ଜି ବ୍ୟୟ ଉପରେ ପ୍ରାଧାନ୍ୟ ଦିଆଯାଇଛି । ଏହାକୁ ଗତ ବଜେଟରେ ମଧ୍ୟ ସ୍ଥାନ ଦିଆଯାଇଥିଲା । ୨୦୨୩-୨୪ ଆର୍ଥିକ ବର୍ଷରେ ବଜେଟରେ ପୁଞ୍ଜି ବ୍ୟୟରେ ୩୩ ପ୍ରତିଶତ ବୃଦ୍ଧି କରାଯାଇ ୧୦ ଲକ୍ଷ କୋଟିକୁ ବୃଦ୍ଧି କରାଯାଇଛି ।

Breaking News