ରିପୋର୍ଟ କାର୍ଡ / ମୟୂରଭଞ୍ଜ
ଇଣ୍ଡିଆନ୍ ଅଏଲ ପେଟ୍ରୋଲ ପମ୍ପରେ ବନ୍ଧୁକ ଦେଖାଇ ଲୁଟ ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜି ଜିଲ୍ଲାର ବୈଶିଙ୍ଗା ଥାନା ମାଣତ୍ରୀଠାରେ | ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଦୁଇଜଣ ଅଚିହ୍ନା ଯୁବକ ମୁହଁରେ କଳା କପଡା ବାନ୍ଧି ପେଟ୍ରୋଲ ପମ୍ପ ଅଫିସ ଭିତରକୁ ପଶିଥିେଲ | ରାତି ଡ୍ୟିଟିରେ ଥିବା କର୍ମଚାରୀଙ୍କ ସହ ପେଟ୍ରୋଲ ପମ୍ପ ମାଲିକଙ୍କୁ ବନ୍ଧୁକ ଦେଖାଇ ଟଙ୍କା ମାଗିଥିଲେ । ମାତ୍ର ମାଲିକଜଣକ ଏହାର ପ୍ରତିରୋଧ କରି ଟଙ୍କା ଦେବାକୁ ରାଜି ହୋଇ ନ ଥିଲେ। ଏହାପରେ ଦୁର୍ବୃତ୍ତମାନେ ତାଙ୍କ ବେକରେ ଧାରୁଆ ଅସ୍ତ୍ର ଲଗାଇଦେଲେ। ଫଳରେ କର୍ମଚାରୀମାନେ ଭୟଭୀତ ହୋଇ ଦୁର୍ବୃତ୍ତଙ୍କୁ ପାଖରେ ଥିବା ସମସ୍ତ ଟଙ୍କା ଦେଇଦେଲେ। ସେମାନଙ୍କଠୁ ପ୍ରାୟ ୪୦ ହଜାରରୁ ଅଧିକ ଟଙ୍କା ଲୁଟି ନେଇଥିବା ବୈଶିଙ୍ଗା ଥାନାରେ ଅଭିଯୋଗ ହୋଇଛି। ଵୈଶିଙ୍ଗା ପୋଲିସ ଘଟଣାର ସିସିଟିଭି ଫୁଟେଜ ଜବତ କରି ତଦନ୍ତ ଆରମ୍ଭ କରିଛି।






More Stories
ଓଡ଼ିଶାରେ SIR ସ୍ଥଗିତ…..
କଟକରେ ଗାଡି ଜଳିବା ଘଟଣା :ନିଆଁ ଲଗାଇଥିଲେ ମହିଳା…..
ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କଲା କଂଗ୍ରେସ…..