ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ବରରେ ଥିବା ନାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ ରିସର୍ଚ୍ଚ କଲେଜ କ୍ୟାମ୍ପସରେ ଥିବା ଛାତ୍ରାବାସର ଛାତରୁ ଡେଇଁ ଜଣେ ଛାତ୍ରୀଙ୍କର ମୃତ୍ୟୁ ହୋଇଛି। ମୃତ ଛାତ୍ରୀ ଜଣକ ହେଉଛନ୍ତି ଛତିଶଗଡ଼ର ପୂଜା ଜେଠୱାନୀ ବୋଲି ସୂଚନା ମିଳିଛି। ସେ ପଦାର୍ଥ ବିଜ୍ଞାନ ବିଭାଗ ପଞ୍ଚମ ବର୍ଷର ଛାତ୍ରୀ। କୌଣସି କାରଣରୁ ସେ ଦୀର୍ଘଦିନ ଧରି ମାନସିକ ଦୁଶ୍ଚିନ୍ତାରେ ଥିବା କୁହାଯାଉଛି। ସେ ଆଜି ସକାଳେ କଲେଜର ହଷ୍ଟେଲ ଛାତ ଉପରୁ ତଳକୁ ଡେଇଁପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଏମ୍ସକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତକ ଘୋଷଣା କରିଥିଲେ। ତେବେ ଆତ୍ମହତ୍ୟାର ଜଣାପଡି ନାହିଁ | ଖବର ପାଇ ଜଟଣୀ ଥାନା ଅଧିକାରୀ ଦୟାନିଧି ନାୟକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।






More Stories
୧୬ରେ ରାଜ୍ୟସଭା ନିର୍ବାଚନ…..
ବାଛୁରୀ ପାଟିରେ ଫୁଟିଛି ବାରୁଦ…..
ବଜେଟ ଅଧିବେଶନର ଦ୍ୱିତୀୟ ଦିନ: ଉଠିବ ଚାଷୀ ପ୍ରସଙ୍ଗ…..