ରିପୋର୍ଟ କାର୍ଡ / ଭୁବନେଶ୍ୱର
ଧୀରେ ଧୀରେ ଖୋଲୁଛି ଫଟୋଗ୍ରାଫର ମାନସ ସ୍ୱାଇଁ ମର୍ଡର ମିଷ୍ଟ୍ରୀ । ଏହି ହତ୍ୟା ମାମଲାରେ ସାମ୍ନାକୁ ଆସିଛି ଅନେକ ଚାଞ୍ଚଲ୍ୟକର ତଥ୍ୟ । ଫଟୋଗ୍ରାଫରଙ୍କ ହତ୍ୟା ପଛରେ ଓ୍ୱେବ ପୋର୍ଟାଲ ମାଲିକାଣୀଙ୍କ ଭୂମିକା ଥିବା ସନ୍ଦେହ କରାଯାଉଛି । ଏହି ହତ୍ୟା ମାମଲାରେ ପୋଲିସ ୩ଜଣଙ୍କୁ ଗିରଫ କରିଛି । ଖବର ଅନୁଯାୟୀ, ୱେବ ପୋର୍ଟାଲ ମାଲିକାଣୀ ମାନସଙ୍କୁ ଅଶ୍ଳୀଳ ଫିଲ୍ମର ଶୁଟିଂ ପାଇଁ କାର୍ଯ୍ୟରେ ଲଗାଇଥିଲେ ।କିଛି ଦିନ ଧରି ଚାଲିଥିଲା ଏହି ଅଶ୍ଳୀଳ ଫିଲ୍ମର ଶୁଟିଂ। ପରେ ମାନସଙ୍କ ପାଖରେ କିଛି ଭିଡିଓ କ୍ଲିପ୍ ରହିଯାଇଥିଲା । କ୍ଲିପକୁ ଫେରାଇବା ପାଇଁ ବାରମ୍ବାର ତାଗିଦ କରୁଥିଲେ ବି ମାନସ ଫେରାଉନଥିଲେ । ଏହାପରେ ମାନସ ସେଠାରୁ କାମ ଛାଡ଼ି ଘରକୁ ପଳାଇ ଆସିଥିଲେ । ଏହାପରେ ମାନସଙ୍କୁ ଖୋଜାଖୋଜି କରିଥିଲେ ପୋର୍ଟାଲ ମାଲିକାଣୀ । ପରେ ଜଣାପଡ଼ିଥିଲା ମାନସ ଚାନ୍ଦାବାଲି ନିକଟରେ ଏକ ବିବାହ କାର୍ଯ୍ୟରେ ଯୋଗ ଦେବା ପାଇଁ ଯାଇଛନ୍ତି । ସେଠାରୁ ତାଙ୍କୁ ଉଠାଇ ଆଣି ଭୁବନେଶ୍ବର ସ୍ଥିତ ଏକ ବୃଦ୍ଧାଶ୍ରମକୁ ଆଣିଥିଲେ । ସେଠାରେ ତାଙ୍କୁ ପ୍ରବଳ ମାଡ଼ ମରାଯାଇଥିଲା । ଆଉ ଏହି ମାରପିଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ସେପଟେ ମାନସ ନିଖୋଜ ନେଇ ଚାନ୍ଦବାଲି ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ କରି ୩ ଜଣଙ୍କୁ ଗିରଫ କରିଛି । ଏହାସହ ନୟାଗଡ଼ ଜିଲ୍ଲା ରଣପୁର ଥାନା ରାଜସୁନାଖଳା ଫାଣ୍ଡି ବଧିପାଟଣା ପାହାଡ଼ ନିକଟରୁ ଶବକୁ ମାଟିତଳୁ ଖୋଳିବା ସହ ଶବକୁ ଜବତ କରିଛି । ୱେବ ପୋର୍ଟାଲ ମାଲିକାଣୀ ଏବେବି ଫେରାର ଅଛନ୍ତି ।
More Stories
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….
ବବି ଦାସ ଭାଇଙ୍କ ନାଁରେ ଏତଲା….
ଗୋଟିଏ ମୋବାଇଲ୍ ନମ୍ବରରେ ଏକାଧିକ ଆକାଉଣ୍ଟ ଥିଲେ ଆସିବନି ଟଙ୍କା…..