ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତୀୟ ଟଙ୍କାରେ ମହାତ୍ମା ଗାନ୍ଧୀଙ୍କ ସହ ଲକ୍ଷ୍ମୀ-ଗଣେଶଙ୍କ ଫଟୋ ରଖିବାକୁ ନିବେଦନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ | ସେ ବୁଧବାର ସାମ୍ବାଦିକ ସମ୍ମିଳନୀ ଜରିଆରେ କେନ୍ଦ୍ର ସରକାରଙ୍କୁ ଏହି ନିବେଦନ କରିଛନ୍ତି। ଏହା ଦ୍ୱାରା ସୁଖସମୃଦ୍ଧି ଆସିବ। ସମ୍ପୂର୍ଣ୍ଣ ଦେଶକୁ ତାଙ୍କ ଆଶୀର୍ବାଦ ମିଳିବ। ନୂଆ ନୋଟ୍ରୁ ଏହାର ଶୁଭାରମ୍ଭ ହୋଇପାରିବ। ଏହା ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିବେ। କେଜ୍ରିୱାଲ ଆହୁରି ମଧ୍ୟ କହିଛନ୍ତି, ଦେଶର ଅର୍ଥବ୍ୟବସ୍ଥା ଖରାପ ସ୍ଥିତି ରହିଛି। ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେଉଥିବା ଦେଖାଯାଉଛି। ସର୍ବସାଧାରଣଙ୍କ ଉପରେ ଏହାର ପ୍ରଭାବ ପଡୁଥିବା ମଧ୍ୟ ଦେଖାଯାଉଛି। ଭାରତ ଧନୀ ଦେଶ ହେଉ,ଲୋକେ ମଧ୍ୟ ଧନୀ ହୁଅନ୍ତୁ। ଏଥିପାଇଁ ଅନେକ ମାର୍ଗ ଚୟନ କରିବାକୁ ପଡିବ। ଅଧିକ ମାତ୍ରାରେ ହସ୍ପିଟାଲ, ବିଦ୍ୟାଳୟ ନିର୍ମାଣ କରାଯାଉ। ଭିତ୍ତିଭୂମି ସ୍ଥାପନ କରାଯାଉ। ଭଗବାନଙ୍କ ଆଶୀର୍ବାଦ ମିଳିଲେ ହିଁ ଏହି ସମସ୍ତ ଚେଷ୍ଟା ସଫଳ ହେବ ବୋଲି କେଜ୍ରିୱାଲ କହିଛନ୍ତି ।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..