ରିପୋର୍ଟ କାର୍ଡ / ମୟୁରଭଞ୍ଜ
ଦିନକୁ ଦିନ ବଢିଚାଲିଛି ବେଆଇନ୍ ଗୋଚାଲାଣ । ଗତକାଲି ବିଳମ୍ବିତ ରାତିରେ ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ପୁରୁଣାପାଣି ଗାଁ ନିକଟରୁ ଛଅଟି ପିକ୍ଅପ୍ ଭ୍ୟାନ୍ ଜବତ ହୋଇଛି । ଜବତ ଗାଡ଼ିରୁ ୫୦ରୁ ଅଧିକ ଗୋରୁ ଚାଲାଣ ହେଉଥିବା ବେଳେ ଜବତ କରିଛି ପୋଲିସ । ତେବେ ଅନ୍ଧାରର ସୁଯୋଗ ନେଇ କିଛି ଚୋରା ବେପାରୀ ଫେରାର ହୋଇଯାଇ ଥିବା ବେଳେ ୨ଜଣଙ୍କୁ ପୋଲିସ ଅଟକ ରଖିଛି । ଅଟକ ଥିବା ସମସ୍ତଙ୍କୁ ପଚରାଉଚରା ଜାରି ରଖିଛି ପୋଲିସ । ଏମାନଙ୍କ ଲିଙ୍କ କେଉଁ କେଉଁ ଅଞ୍ଚଳ ସହିତ ଜଡିତ ଅଛି । ସେନେଇ ଖୋଲତାଡ଼ କରୁଛି ପୋଲିସ ।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..