ରିପୋର୍ଟ କାର୍ଡ଼ / ନୂଆଦିଲ୍ଲୀ
ମହାରାଷ୍ଟ୍ର ରାୟଗଡରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଖୋପୋଲୀ ନିକଟ ଏକ ପାହାଡିଆ ଅଞ୍ଚଳରେ ବସ୍ ଓଲଟି ଦୁଇ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ୪୭ ଜଣ ଆହତ ହୋଇଛନ୍ତି। ଉକ୍ତ ଛାତ୍ରମାନେ ଲୋନାବଲା ରୁ ପିକ୍ନିକ୍ କରି ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି ବୋଲି ଜଣାପଡିଛି। ପୋଲିସ ଠାରୁ ମିଳିଥିବା ସୂଚନାନୁଯାୟୀ, ବସ୍ର ବ୍ରେକ୍ ଫେଲ୍ ହେବା କାରଣରୁ ଚାଳକ ଗାଡି ଉପରୁ ନିୟନ୍ତ୍ରଣ ହରାଇବାରୁ ଏହି ଦୁର୍ଘଟଣା ଘଟିଛି ବୋଲି ପ୍ରାର୍ଥମିକ ତଦନ୍ତରୁ ଜଣାପଡିଛି। ଏହି ଦୁର୍ଘଟଣା ଲେ।ନାବଲା ହିଲ୍ ଷ୍ଟେସନ ଠାରୁ ପ୍ରାୟ ୧୪ କିଲୋମିଟର ଦୂର ପୁରୁଣା ମୁମ୍ବଇ-ପୁଣେ ରାଜରାସ୍ତାରେ ଘଟିଛି। ଛାତ୍ରମାନେ ଦଶମ ଶ୍ରେଣୀର ବୋଲି କୁହାଯାଉଛି। ଖବର ପାଇ ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ସଭିଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ।






More Stories
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ରବି ମିତ୍ତଲ…..
ରାମଲୀଲା ମୈଦାନରେ ଚାଷୀଙ୍କ ରଣହୁଙ୍କାର…..
ଇରାନ ଉପରେ ବଙ୍କର ବଷ୍ଟର ମାଡ଼ କଲା ଆମେରିକା…..