Report Card Odisha

| Daily Odia News

ସନ୍ଦିଗ୍ଧ ପାରା ଯିବ ସିଏଫଏସଏଲ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ପାରାଦୀପରୁ ଧରାପଡ଼ିଥିବା ସନ୍ଦିଗ୍ଧ ପାରା ସିଏଫଏସଏଲ ଯିବ। କୋଲକାତା କିମ୍ବା ହାଇଦ୍ରାବାଦ ସିଏଫଏସଏଲକୁ ଯିବ ପାରା। ପାରାର ହୋଇପାରେ ଡିଏନଏ ପରୀକ୍ଷା। ଡେଣାରେ ଲେଖାଥିବା ଭାଷା ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯାଇଛି। ସେପଟେ ପାରାଦୀପର ମାଛଧରା ଟ୍ରଲର୍ ‘ସାରଥୀରୁ ମିଳିଥିବା ରହସ୍ୟମୟ ଗୁପ୍ତଚର ପାରାର ଗୋଡ଼ରେ କ୍ୟାମେରା ଲେନ୍ସ ଭଳି ଦେଖାଯାଉଥିବା ଯନ୍ତ୍ରାଂଶ ପ୍ରକୃତରେ ଏକ ସୋଲାର ପ୍ୟାନେଲ୍ ଓ ମେମୋରି କାର୍ଡ କୁହାଯାଉଥିବା ଯନ୍ତ୍ରାଂଶ ଟ୍ରାନସମିଟର୍ । କ୍ୟାମେରା ଓ ମେମୋରି କାର୍ଡ କୁହାଯାଉଥିବା ଦୁଇ ଯନ୍ତ୍ରାଂଶକୁ ଭୁବନେଶ୍ବର ଫରେନସିକ୍ ସାଇନ୍ସ ଲାବରେଟୋରିରେ ଯାଞ୍ଚ କରାଯିବା ପରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି। ତେବେ ଦୁଇ ଡେଣାରେ ଲେଖାଯାଇଥିବା ଅକ୍ଷର ଚାଇନିଜ୍ ବୋଲି ସ୍ପଷ୍ଟ ହୋଇଛି। ଏହାର ଅର୍ଥ ଜାଣିବାକୁ ରାଜ୍ୟ ବାହାରର ଫରେନସିକ୍ ସାଇନ୍ସ ଲାବରେଟୋରିର ବିଶେଷଜ୍ଞଙ୍କ ସହାୟତା ନେବାକୁ ଓଡ଼ିଶା ପୁଲିସର ବରିଷ୍ଠ ଅଧିକାରୀମାନେ ଆଲୋଚନା ଆରମ୍ଭ କରିଥିବା ସୂଚନା ମିଳିଛି।

Breaking News