Report Card Odisha

| Daily Odia News

ପିଲି ଟୋଲ୍ ପ୍ଲାଜାରେ ଗୁଳିମାଡ଼; ୩ ଙ୍କୁ ବାନ୍ଧିଲା ପୋଲିସ …..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ପିପିଲି ଟୋଲ୍ ପ୍ଲାଜାରେ ଗୁଳି ଚାଳନା ଘଟଣାରେ ୩ଜଣ ଦୁର୍ବୃତ୍ତଙ୍କୁ ପୋଲିସ ଗିରଫ କରିଛି। ପୁରୀ, ନିମାପଡ଼ା, ଗୋପ ଓ ପିପିଲି ପୋଲିସ ମିଳିତ ଉଦ୍ୟମରେ ଦୁର୍ବୃତ୍ତ ମାନଙ୍କୁ ଧରାଯାଇଛି । ନିମାପଡ଼ା ଅରିଷଣ୍ଢ ନିକଟ ଡଗରା ସାହି ଗହୀରରେ କାର ଛାଡି ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀଙ୍କ ସହଯୋଗରେ ପୋଲିସ ୩ ଜଣଙ୍କୁ କାବୁ କରିଛି। ଅନ୍ୟ ଯୁବକମାନେ ଫେରାର ହୋଇଯାଇଥିବା ସୂଚନା ମିଳିଛି | ସୂଚନା ଅନୁସାରେ- ଆଜି ଭୋର ୫ଟା ବେଳେ ଏକ କାର୍‌ରେ ୭ ଜଣ ଦୁର୍ବୃତ୍ତ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାଉଥିଲେ। ପିପିଲି ଟୋଲ ପ୍ଲାଜାରେ ଟିକସ ଦେବା ନେବାକୁ ନେଇ ଯୁବକ ଓ ଟୋଲ୍ କର୍ମଚାରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଜଣେ ଯୁବକ ଗାଡ଼ିରୁ ଓହ୍ଲାଇ ଗୁଳିଚାଳନା କରିଥିଲେ। ଏହାସହ ଟୋଲ କର୍ମଚାରୀଙ୍କ ପାଖକୁ ଯାଇ ବନ୍ଧୁକ ଦେଖାଇ ଧମକ ଦେଇ ଆଘାତ ଦେଇଥିଲେ। ଏହାପରେ ଯୁବକ ଜଣଙ୍କ କାର୍‌ରେ ବସି ପଳାଇଯାଇଥିଲେ। ଏନେଇ ଟୋଲ କର୍ମଚାରୀ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ସିସିଟିଭିକୁ ଅଧାର କରି ଖୋଳତାଡ଼ ଆରମ୍ଭ କରିଥିଲା। ୩ଜଣ ଙ୍କୁ ପୋଲିସ ଧରିବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟମାନେ ଫେରାର ହୋଇଯାଇଥିବା ଜଣାପଡିଛି |

 

 

Breaking News