ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ପିପିଲି ବିଧାନସଭା ଆସନ ଲାଗି ଉପନିର୍ବାଚନ। କୋଭିଡ୍ ଗାକଟକଣା ଭିତରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ଏହା ସଂଧ୍ୟା ୬ଟା ଯାଏଁ ଚାଲିବ । ସକାଳ ୯ ତା ସୁଦ୍ଧା ୭.୮%ମତଦାନ ହୋଇଥିବା ସୂଚନା ମିଳିଛି | ନିର୍ବାଚନ ମଣ୍ଡଳୀର ୨ଲକ୍ଷ ୨୯ ହଜାର ୯୯୮ ଭୋଟର ମତାଧିକାର ସାବ୍ୟସ୍ତ କରିବେ । ମୋଟ ୩୪୮ ବୁଥ୍ ମଧ୍ୟରୁ ୨୦୧ଟି ସମ୍ବେଦଶୀଳ ରହିଛି । ୧୭୫ଟି ବୁଥରେ ୱେବକାଷ୍ଟିଂ ଓ ୧୨ଟିରେ ଭିଡିଓଗ୍ରାଫି ବ୍ୟବସ୍ଥା ହୋଇଛି । ୨୩ଟି ବୁଥରେ ମାଇକ୍ରୋ ଅବଜରଭର୍ ମୁତୟନ ରହିଛନ୍ତି । ସମସ୍ତ ବୁଥରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୨୨ ପ୍ଲାଟୁନ୍ ଆର୍ମଡ ପୋଲିସ ଫୋର୍ସ ଓ ୩ କମ୍ପାନି ବିଏସ୍ଏଫକୁ ଶୃଙ୍ଖଳା ରକ୍ଷା କାର୍ଯ୍ୟରେ ନିୟୋଜିତ କରାଯାଇଛି । ପୁରୀ ଜିଲ୍ଲାପାଳ ଓ ଏସପି ଗତକାଲି ପିପିଲି ଓ ଡେଲାଙ୍ଗ ବ୍ଲକର ବିଭିନ୍ନ ବୁଥରେ ପହଞ୍ଚି ଭୋଟ୍ ପ୍ରସ୍ତୁତିର ଅନୁଧ୍ୟାନ କରିଥିଲେ । ପିପିଲି ଆସନ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ ମହାରଥୀଙ୍କ ଗଡ଼ରେ ପଦ୍ମ ଫୁଟାଇବାକୁ ବିଜେପି ଜୋରଦାର ପ୍ରୟାସ କରିଛି । ତେବେ ପିପିଲିର ଜନତା ଜନାର୍ଦ୍ଦନ କାହା ସପକ୍ଷରେ ମତ ଦେଉଛନ୍ତି, ୩ ତାରିଖ ଗଣତିକୁ ଅପେକ୍ଷା କରିବାକୁ ପଡିବ । ପିପିଲି ଉପନିର୍ବାଚନ ପାଇଁ ସେପ୍ଟେମ୍ବର ୨୩ ଠାରୁ ପୋଷ୍ଟାଲ ବାଲାଟ ମତଦାନ ଆରମ୍ଭ ହୋଇଥିଲା । ୮୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ଭୋଟର, ଦିବ୍ୟାଙ୍ଗ, କୋଭିଡ ଆକ୍ରାନ୍ତ ମାନଙ୍କ ପାଇଁ ପୋଷ୍ଟାଲ ବାଲାଟରେ ବ୍ୟବସ୍ଥା ହୋଇଥିଲା । ତେବେ ଏଥିପାଇଁ ‘୭ଟି ପୋଲିଂ ପାର୍ଟି କରାଯାଇଥିଲା । ସେମାନଙ୍କ ମଧ୍ୟରେ ମାଇକ୍ରୋ ଅବଜରଭର, ସୁରକ୍ଷା କର୍ମୀ, ପୋଲିଂ ଅଫିସର, ଭିଡିଓଗ୍ରାଫି ଟିମ୍ ରହିଥିଲେ । ସେପଟେ ଆଜି ପିପିଲିରେ ଭୋଟ୍ ଗ୍ରହଣ ହେଉଥିବା ବେଳେ ଅକ୍ଟୋବର ୩ରେ ଗଣତି ହେବ । ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ଏଠାରେ ଉପନିର୍ବାଚନ ହେବାକୁ ଯାଉଛି ପଞ୍ଚାୟତ ନିର୍ବାଚନ ।
More Stories
ଭୁବନେଶ୍ୱରରେ ରାଷ୍ଟ୍ରପତି…..
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..