Report Card Odisha

| Daily Odia News

ପୀୟୁଷ ମହାନ୍ତିଙ୍କୁ ମିଳିଲା ଜାମିନ…..

ରିପୋର୍ଟ କାର୍ଡ / କଟକ

ORHDC ଦୁର୍ନୀତି ମାମଲାରେ ମେଟ୍ରୋ ବିଲଡରର ନିର୍ଦେଶକ ପୀୟୁଷ ମହାନ୍ତିଙ୍କୁ ଆଶ୍ୱସ୍ତି ମିଳିଛି। ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ଉପରେ ଲାଗିଲା ଅନ୍ତରୀଣ ରହିତାଦେଶ । ଆଜି ପୀୟୁଷଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି କୋର୍ଟ । ଉଲ୍ଲେଖ ଯୋଗ୍ୟ- ଗତ କିଛିଦିନ ତଳେ ORHDC SCAMର ଶୁଣାଣି କରି IAS ବିନୋଦ କୁମାର, ମହମ୍ମଦ ମୋକିମଙ୍କ ସହ ୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ବିଧାୟକ ମହମ୍ମଦ ମୋକିମଙ୍କୁ ୩ ବର୍ଷ ଜେଲ ଦଣ୍ଡ ସହ ୫୦ ହଜାର ଟଙ୍କା ଫାଇନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ମେଟ୍ରୋ ବିଲଡର୍ସର ନିର୍ଦ୍ଦେଶକ ପୀୟୁଷ ମହାନ୍ତିଙ୍କୁ ମଧ୍ୟ  ଜାଲିଆତି ମାମଲାରେ ୩ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ କୋର୍ଟ ।

Breaking News