ରିପୋର୍ଟ କାର୍ଡ / ଅନୁଗୁଳ
ଆଜି ୧୨ ଘଣ୍ଟିଆ ପାଲଲହଡା ବନ୍ଦ ଡାକରା ଦିଆଯାଇଛି । ସକାଳ ୬ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ ସବୁ ବନ୍ଦ ରଖାଯାଇଛି | ପାଲଲହଡା ଏବଂ ଖମାର ଠାରେ ଜାତୀୟ ରାଜପଥ ଅବରୋଧ ହୋଇଛି। ଫଳରେ ଏହି ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିଛି। ପାଲଲହଡା ଓକିଲ ସଂଘ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ସେହିପରି ଏହି ବନ୍ଦରେ ପାଲଲହଡା ସଚେତନ ନାଗରିକ ସଂଘ, ବଣିକ ସଂଘ,ପାଲଲହଡା ଏବଂ ଖମାର ସାମ୍ବାଦିକ ସଂଘ,ପାଲଲହଡା ବଣିକ ସଂଘ ଏବଂ ଆହୁରି ଅନେକ ସଂଗଠନ ସାମିଲ ଅଛନ୍ତି। ପାଲଲହଡାରେ ଦେୱାନି ଅଦାଲତ ପ୍ରତିଷ୍ଠା ଏବଂ ପାଲଲହଡା ଉପ କାରାଗାରକୁ ଅନ୍ୟତ୍ର ସ୍ଥାନାନ୍ତରଣକୁ ବିରୋଧ କରି ବନ୍ଦ ପାଳନ କରାଯାଉଥିବା ସୂଚନା ମିଳିଛି |






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..