ରିପୋର୍ଟ କାର୍ଡ / ଭୁବନେଶ୍ୱର
ହାତୀ ନେବେ କୁମ୍କି ତାଲିମ। ଜନବସତି ମୁହାଁ ବଣୁଆ ହାତୀକୁ ଘଉଡ଼ାଇବେ। ରାଜ୍ୟରେ ହାତୀ-ମଣିଷ ଭିତରେ ସର୍ବଦା ଲଢେଇ ଲାଗିରହିଛି | ଏହାକୁ ପ୍ରତିହତ ଲାଗି ଏଭଳି ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି ବନ ବିଭାଗ। ବନ୍ୟପ୍ରାଣୀ ପିସିସିଏଫ୍ କହିଛନ୍ତି ସୁଶାନ୍ତ ନନ୍ଦ, ପ୍ରାରମ୍ଭିକ ଭାବେ ଚନ୍ଦକା, ସାତକୋଶିଆ, କପିଳାସ ଓ ଶିମିଳିପାଳରେ ଖୋଲିବ ହାତୀ ପାଠଶାଳା। ପରବର୍ତ୍ତୀ ସମୟରେ ଦେବ୍ରିଗଡ଼ ଅଭୟାରଣ୍ୟରେ ଦିଆଯିବ ଟ୍ରେନିଂ। ହାତୀଙ୍କୁ ଟ୍ରେନିଂ ଦେବାକୁ ରାଜ୍ୟରେ ମାହୁନ୍ତଙ୍କ ଅଭାବ ଥିବାରୁ ଅନ୍ୟ ରାଜ୍ୟରୁ ମାହୁନ୍ତ ଆଣିବାକୁ ସ୍ଥିର ହୋଇଛି। ହାତୀଙ୍କୁ ତାଲିମ ଦିଆଯିବା କିଛି ନୂଆ କଥା ନୁହେଁ। ୯୦ ଦଶକରେ ଶିମିଳିପାଳ ଓ ଚନ୍ଦକାରେ ହାତୀଙ୍କୁ ଟ୍ରେନିଂ ଦେବା ବ୍ୟବସ୍ଥା ହୋଇଥିଲା। ମାତ୍ର କାଳକ୍ରମେ ଏହା ନିଷ୍କ୍ରୀୟ ହୋଇଯାଇଥିଲା। ତେବେ ବିଭିନ୍ନ କାରଣକୁ ନେଇ ହାତୀଙ୍କୁ ଟ୍ରେନିଂ ଦେବା ଲାଗି ବନବିଭାଗ ପୁଣି ନିଷ୍ପତ୍ତି ନେଇଛି। ଜଙ୍ଗଲର ସୁରକ୍ଷା, ଘଞ୍ଚ ଜଙ୍ଗଲରେ ରାସ୍ତା ସଫା, ବିପଦରେ ପଡ଼ିଥିବା ବଣ୍ୟଜନ୍ତୁଙ୍କୁ ଉଦ୍ଧାର, ବଣୁଆ ଜୀବଜନ୍ତୁଙ୍କୁ ଟ୍ରାଙ୍କୁଲାଇଜ କରି କାବୁ କରିବା ଏବଂ ଶିକାରୀଙ୍କ ଜବତ ସାମଗ୍ରୀ ପରିବହନରେ ଏମାନଙ୍କୁ ବ୍ୟବହାର କରାଯିବ।ପ୍ରଶିକ୍ଷଣ ଲାଗି କପିଳାସ ଚିଡିଆଖାନାରୁ ୫ଟି ହାତୀଙ୍କୁ ଚନ୍ଦକା ଅଭୟାରଣ୍ୟକୁ ଅଣାଯିବ।






More Stories
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା…..
ଆଜି ମନ୍ତ୍ରୀ ପରିଷଦ ବୈଠକ…..
ଓଏଏସ୍ ଅଧିକାରୀଙ୍କ ବଦଳି……