ରିପୋର୍ଟ କାର୍ଡ / ଅହମଦାବାଦ
ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିଚୟ ନିଶ୍ଚିତ କରାଇବା ପାଇଁ ସେମାନଙ୍କ ଡିଏନ୍ଏ ପରୀକ୍ଷା କରାଯିବ ବୋଲି ଗୁଜରାଟର ଜଣେ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି।ଡିଏନ୍ଏ ନମୁନା ସଂଗ୍ରହ ପାଇଁ ଅହମଦାବାଦ ସିଭିଲ୍ ହସ୍ପିଟାଲରେ ବ୍ୟବସ୍ଥା କରାଯାଇଛି। ମୃତକଙ୍କ ମା’-ବାପା କିମ୍ବା ପିଲାମାନେ ସିଭିଲ୍ ହସ୍ପିଟାଲର ବିଜେ ମେଡିକାଲ କଲେଜର କସୋଟି ଭବନରେ ଡିଏନ୍ଏ ନମୁନା ଦେଇପାରିବେ ବୋଲି ସ୍ବାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ ଧନଞ୍ଜୟ ଦ୍ୱିବେଦୀ କହିଛନ୍ତି। ତେବେ ଦୁର୍ଘଟଣାରେ କେତେଜଣଙ୍କ ମୃତ୍ୟୁ ଘଟିଛି, ତାହା କହିବାକୁ ସେ ମନା କରିଦେଇଛନ୍ତି। ୫୦ ଜଣ ଆହତ ହୋଇ ସିଭିଲ୍ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ସେ ସୂଚନା ଦେଇଛନ୍ତି।






More Stories
ଜାଣନ୍ତୁ ଚଳିତବର୍ଷର ବଜେଟ୍…..
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……